ଟିପିଏସଓଡିଏଲ୍ ପକ୍ଷରୁ ଆର୍ଥ ଆୱାର ପାଳିତ

add-all

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ସହ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ ( ଟିପିଏସଓଡିଏଲ୍ ) ପକ୍ଷରୁ ଆର୍ଥ ଆୱାର ପାଳିତ ହୋଇଛି।

ଏହି ଅବସରରେ ମାର୍ଚ୍ଚ ୨୩ ତାରିଖରେ ନିଜ ଘରେ ରାତି ୮.୩୦ ରୁ ୯.୩୦ ଯାଏଁ ଏକ ଘଣ୍ଟା ବିଜୁଳି ବଲବ୍ ବନ୍ଦ କରିବା ସହ ବିଜୁଳି ବ୍ୟବହାର ଯଥାସମ୍ଭବ କମ୍ କରିବା ପାଇଁ ଉପଭୋକ୍ତାଙ୍କୁ ଉତ୍ସାହିତ କରାଯାଇଛି।

ଟିପିଏସଓଡିଏଲ୍ ଅନ୍ତର୍ଗତ ଅଞ୍ଚଳରେ ଏହାର ଉଲ୍ଲେଖନୀୟ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଲୋକେ ଆର୍ଥ୍ ଆୱାର ପାଳନ କରିଛନ୍ତି। କମ୍ପାନୀର କଲ୍ ସେଣ୍ଟରରେ ମଧ୍ୟ ଏହାର ପାଳନ କରାଯାଇଛି। କର୍ମଚାରୀମାନେ ସେମାନଙ୍କ ଘରେ ଆର୍ଥ୍ ଆୱାର ପାଳନ କରି ସୁସ୍ଥ ପରିବେଶ ଗଠନ ପ୍ରତି ସମର୍ଥନ ଜଣାଇଛନ୍ତି।

ଏହା ବ୍ୟତୀତ, ଦକ୍ଷିଣ ଓଡ଼ିଶାର ଅନେକ ବିଦ୍ୟାଳୟରେ  ଟିପିଏସଓଡିଏଲ୍ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିରନ୍ତର ବିକାଶ ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ପୋଷ୍ଟର ଏବଂ ଚିତ୍ରାଙ୍କନ ମାଧ୍ୟମରେ ସୃଜନଶୀଳତା ପ୍ରଦର୍ଶନ କରିଛନ୍ତି।

ad-week
Leave A Reply

Your email address will not be published.