
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଫୁଲବାଣୀ ଫୁଟବଲ କ୍ଲବ ଠାରେ କନ୍ଧମାଳ ଜିଲ୍ଲା କ୍ୟାମେରା ମ୍ୟାନ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସରରେ ସ୍ଥାନୀୟ ସମସ୍ତ କ୍ୟାମେରାମ୍ୟାନ ଏବ୍ଂ ଷ୍ଟୁଡିଓ ର ମାଲିକ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ କ୍ୟାମେରା ମ୍ୟାନ ଅନୁଯାଇ ବିଶ୍ୱରଞ୍ଜନ ସାମନ୍ତରାୟ ସଂଘର ସମସ୍ତ କର୍ମକର୍ତ୍ତା ଙ୍କୁ ସ୍ୱାଗତ ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଷ୍ଟୁଡିଓ ମାଲିକ ରାଜେଶ ପାଣିଗ୍ରାହୀ, ଶିବାଜୀ ଜେନା, ନୁରାନି ଫୋଟ ଷ୍ଟୁଡିଓ ମାଲିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ପାତ୍ର, ରାମକୃଷ୍ଣ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l ଏଥି ସହିତ ସଂଘ ପକ୍ଷରୁ ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ଜଗନ୍ନାଥ ଦାଶ ଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ସାମନ୍ତରାୟଙ୍କୁ ଚୟନ କରାଯାଇଛି l ସେହିପରି ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ଏବଂ କୋଷାଧ୍ୟକ୍ଷ ଅସିତ୍ ବେହେରା, ଉପ ସଭାପତି ଯୁବରାଜ ରାଉତ ବେହେରା, ତତ୍ ସହିତ କାର୍ଯ୍ୟକାରୀ ସଦସ୍ୟ ଭାବେ କୃରିଦିପନ ଭୋଇ, ରାଜା, ନିଶାନ, ମୁକେଶ, କାହ୍ନା ପଟ୍ଟନାୟକ, କାହ୍ନା ଦିଗାଲ, ମୋନୋଜ ଦାସ, ନିଖିଲ୍ କୁମାର, ଅଶୋକ ପରିଡ଼ା, ସୌମ୍ୟରଞ୍ଜନ ଆର୍ଯ୍ୟା ଅଚାରି, ଏବଂ ସନ୍ତୋଷ ଦଳେଇ, ଓ ସଂଘ ଉପଦେଷ୍ଟା ଭାବେ ରାଜେଶ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିବାଜି ଜେନା, ରାମ କୁର୍ଷ୍ଣ ପଣ୍ଡା, ଗୋପାଳ ଚନ୍ଦ୍ର ପାତ୍ର ପ୍ରମୂଖ ଙ୍କୁ ଚୟନ କରାଯାଇଛି l ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବବୁଲୁ, ବାଲାଜୀ, ସହ ଭାବେ ଯୋଗ ଦେଇ ନୂତନ ଭାବେ କର୍ମକର୍ତ୍ତାକୁ ସ୍ଵାଗତ ସହ ଅଭିନନ୍ଦନ ଜଣାଇଥିଲେ । ତେବେ ଆଗାମୀ ଦିନରେ ସଂଘକୁ ମଜବୁତ୍ କରିବା ସହ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବ ବୋଲି ସଂଘ ପକ୍ଷରୁ ନବ ନିର୍ବାଚିତ ସାଧାରଣ ସମ୍ପାଦକ ବିଶ୍ବରଂଜନ ସାମନ୍ତରାୟ କହିଛନ୍ତି l