ଗଜାନନ ତ୍ରିପାଠୀ ଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି !

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ଅବା ଏକାଧାରରେ ଲେଖକ କବି, ସାମ୍ବାଦିକ ତଥା ପରିବେଶବିତ୍ ପ୍ରକୃତିମଣିଷ, ଆଇନଜୀବୀ ଏବଂ ସମାଜସେବୀ, ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀ ଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି ଲାଭ ହୋଇଛି ।
ଯାହାକି, ଭାରତ ସରକାରଙ୍କ ସହଅନୁବନ୍ଧିତ ବିଶ୍ୱ ସଂସ୍କୃତି ପର୍ଯ୍ୟାବରଣ, ସୁରଷା ମନ୍ତ୍ରଣାଳୟ ନୂଆଦିଲ୍ଲୀ ପକ୍ଷରୁ ମାର୍ଚ୍ଚ ୨୦ ତାରିଖ ୨୦୨୪ ରେ ତାଙ୍କୁ ସମ୍ମାନଜନକ ଡ଼କ୍ଟରେଟ୍‌ ଉପାଧି ପ୍ରାପ୍ତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସଂସଦୀୟ କ୍ଳବ୍‌ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଇନଜୀବୀ ତଥା ପରିବେଶବିତ୍ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀ ଙ୍କୁ ଡ଼କ୍ଟରେଟ୍‌ ଉପାଧି ପ୍ରଦତ୍ତ ହୋଇଛି । ପ୍ରକୃତିର ସୁରଷା ପରିବେଶର ସୁରଷା ଜୀବଜଗତର ସୁରଷା ମାନବାଧିକାର ସୁରଷା ପାଇଁ କାର୍ଯ୍ୟ କରୁଥିବା ଏହି ମଣିଷ ଙ୍କୁ ଏହି ମୂଲ୍ୟବାନ ପଦକ ମିଳିଥିବା ନେଇ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟିଛି । ଏପରିକି ବିଭିନ୍ନ ମହଲରେ ତାଙ୍କୁ ସାଧୁବାଦ ର ସହ ସେହି ମହାଶୟ ଙ୍କ ଭୂୟସୀ ପ୍ରଶଂସା କରାଯାଇଛି ।
ସୂଚନା ଥାଉକି, ଡ଼କ୍ଟର ଗଜାନନ ତ୍ରିପାଠୀ ଏଥି ପୂର୍ବରୁ ୨୦୦୨ ରେ ଡ଼କ୍ଟର ଅମ୍ବେଦକର ଫେଲୋସିପ୍‌ ସମେତ ଓଡ଼ଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ୨୦୦୨, ମୟୁରଭଞ୍ଜ ଜିଲ୍ଲା ବାରିପଦା ହଲଦୀପଦା ସ୍ଥିତ ସୁନାଚାନ୍ଦ ସୁନାପିଲା ବାଣୀପିଠ ଠାରେ ୨୦୦୪ ମସିହାରେ ପ୍ରଜ୍ଞା ବାଣୀଶ୍ରୀ ଉପାଧି ପ୍ରଦତ୍ତ ହୋଇଛି ।
ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୧୦ ମସିହାରେ ବେଷ୍ଟ କ୍ରିୟେଟିଭ୍‌ ରାଇଟର୍‌ ଆଣ୍ଡ ଜୋର୍ଣ୍ଣାଲିଷ୍ଟ ସମ୍ମାନ ମିଳିଥିଲା ।
ଡ଼କ୍ଟର ଗଜାନନ ତ୍ରିପାଠୀ ଙ୍କୁ ଓଡ଼ିଶା ର ବିଭିନ୍ନ ସାହିତ୍ଯ ସଂସ୍କୃତି ଅନୁଷ୍ଠାନ ତଥା ସାହିତ୍ୟ ସଂଗଠନ ପକ୍ଷରୁ ବିବିଧା ସମ୍ମାନରେ ସମ୍ମାନୀତ ଓ ପୁରସ୍କୃତ ହୋଇଛନ୍ତି । ଖେମୁଣ୍ଡି ରକ୍ତଦାନ ସଂଘ ପକ୍ଷରୁ ବହୁବାର ରକ୍ତଦାନ କରିଥିବ ଚର୍ଚ୍ଚା କୁ ଆସିଥିଲେ। ତେଣୁ ସେହି ଅବସରରେ ମଧ୍ୟ ତାଙ୍କୁ ମାନପତ୍ର ଓ ଉପଢୌକନରେ ସମ୍ମାନୀତ ହୋଇଛନ୍ତି । ଡ଼କ୍ଟର ଗଜାନନ ତ୍ରିପାଠୀ ବିଭିନ୍ନ ସାହିତ୍ଯ ସଂସ୍କୃତି ଅନୁଷ୍ଠାନ ମାନବାଧିକାର ଅନୁଷ୍ଠାନ ପରିବେଶ ସୁରଷା ଅନୁଷ୍ଠାନ ସହିତ ଜଡ଼ିତ ରହି ଜୀବନ-ତମାମ ଏହି କର୍ତ୍ତବ୍ୟ କରି ଚାଲିଅସିଥିବା ହେତୁ ଜନମାନସରେ ତାଙ୍କୁ ସାଧୁବାଦ୍ ଓ ଶୁଭେଚ୍ଛା ର ପାତ୍ର ହୋଇଛନ୍ତି ।।

nis-ad
Leave A Reply

Your email address will not be published.