ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଗତ ୨୨ତାରିଖରେ ଆକସ୍ମିକ ବିୟୋଗରେ ସହରର ବିଭିନ୍ନ ଅନୁଷ୍ଠାନ ଦୁଃଖ ପ୍ରକାଶ କରିଛନ୍ତି l ଆଜି ପୂଜ୍ୟ ପୂଜା ସମିତି ପକ୍ଷରୁ ତାଙ୍କ ଅବର୍ତ୍ତମାନରେ ସ୍ବର୍ଗତ ଭୂୟାଁଙ୍କ ଉଧେଶ୍ୟରେ ଏକ ଶୋକସଭା ସ୍ଥାନୀୟ ଗଜପତି ନଗର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ତାଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସ୍ବର୍ଗତ ଭୂୟାଁ ଜଣେ ମେଳାପୀ ଓ ଦୃଢ଼ ସଂଗଠକ ଥିଲେ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅହରହ ଚେଷ୍ଟା କରୁଥିଲେ l ସହରର ବିଭିନ୍ନ ଅନୁଷ୍ଠାନ ସହ ତାଙ୍କ ଭଲ ସମ୍ପର୍କ ରହିଥିଲା l ତାଙ୍କ ବିୟୋଗ ନିଶ୍ଚିତ ଭାବେ ବ୍ରହ୍ମପୁର ସହରବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି l ଏଥିରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ଅଧ୍ୟକ୍ଷତା କରିଥିବାବେଳେ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଗଜପତି ନଗର ଉନ୍ନୟନ କମିଟିର ସଭାପତି ତଥା ଜନ ଜାଗରଣ ମଞ୍ଚର ସମ୍ପାଦକ ଗଗନ ଚନ୍ଦ୍ର ମଲ୍ଲିକ, ଶିକ୍ଷା ଓ ସେବା ନିବୃତ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଓମ ଲଫିଙ୍ଗ କ୍ଲବର ଦେବରାଜ ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ମହାରଣା, ବିରେନ କୁମାର ବେହେରା, କାହ୍ନୁ ଚରଣ ପାତ୍ର, କବିରାଜ ସାହୁ, ସୁବାଷ ଚନ୍ଦ୍ର ମିଶ୍ର, ବିଜୟ ଚନ୍ଦ୍ର ବିଶୋଇ, ଅଶୋକ କୁମାର ଦଳାଇ ପ୍ରମୁଖ ବଂଶୀଧର ଭୂୟାଁଙ୍କ ସ୍ମୃତିରେ ଶୋକ ବ୍ୟକ୍ତ କରିଥିଲେ l
