ହିଞ୍ଜିଳିରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡକାଳୀ ଯାତ୍ରା

add-all


ହିଞ୍ଜିଳିକାଟୁ :୨୫/୦୩ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ୨୧ ଦିନିଆ ଦଣ୍ଡଯାତ୍ରା ରୀତିନୀତି ଅନୁସାରେ ସୋମବାର ଆରମ୍ଭ ହୋଇଯାଇଛି ।ସେହିପରି ଭାବେ ହିଞ୍ଜିଳି ଅଞ୍ଚଳର ଥିବା ଦୁଇ ପୁଞ୍ଜା ତଥା ବଡ଼ ପୁଞ୍ଜା ଓ ସାନ ପୁଞ୍ଜା ମଧ୍ୟ ଆଜି ୨୧ ଦିନିଆ ଦଣ୍ଡକାଳୀ ଯାତ୍ରା ଆରମ୍ଭ ହୋଇଛି । ସକାଳ ସମୟରେ ସ୍ବପନେଶ୍ୱର ମନ୍ଦିରରୁ ପୂଜାର୍ଚ୍ଚନା, ଧୂପ, ନୈବେଦ୍ୟ ଅର୍ପଣ ସହ ମହାଦେବଙ୍କୁ ବରଣ କରି ମାଙ୍କ ନିକଟକୁ ଅଣାଯାଇଥିଲା। ମାଁ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ଦଣ୍ଡୁଆମାନେ ଏକତ୍ରିତ ହୋଇ ଢୋଲ,ଘଣ୍ଟ, ଧ୍ଵଜା ଓ ଫୁଲ ଅର୍ପଣ କରି ହିଞ୍ଜିଳି ଗ୍ରାମଦେଇ ନଗର ପରିକ୍ରମା କରିଥିଲେ । ବିଭିନ୍ନ ସାହିରେ ପୂଜାର୍ଚ୍ଚନା ନିମନ୍ତେ ଭକ୍ତମାନେ ନିଜ ଘର ସମ୍ମୁଖରେ ପୂଜାର୍ଚ୍ଚନା ଭୋଗ ବାଢ଼ିବା ଧୁପ ଦୀପ ସହ ବାନା,ପିଂଛ ଅର୍ପଣ କରିଥିଲେ ।ନଗର ପରିକ୍ରମା ସାରି ଗ୍ରାମବାସୀଙ୍କ ଠାରୁ ଭୋଗ ଜାର୍ଚନା କରି ପ୍ରଥମେ ଧୂଳିଦଣ୍ଡ ପରେ ପାଣିଦଣ୍ଡ ଓ ସନ୍ଧ୍ୟା ଆଳତି ନୀତିକାନ୍ତି ସମ୍ପର୍ଣ୍ଣ ହୋଇଥିଲା । ମାଙ୍କ ଏହି ଯାତ୍ରା ବିଭିନ୍ନ ସ୍ଥାନରେ କ୍ରମାନ୍ଵୟରେ ଅନୁଷ୍ଠିତ ହେବା ସହ ପୁରାତନ ପାରମ୍ପରିକ ଅନୁସାରେ ଦଣ୍ଡ ଖେଳାଇବା ନିମନ୍ତେ କମିଟି ତରଫରୁ ଜଣାଯାଇଛି। ସ୍ତାନୀୟ ହିଞ୍ଜିଳି ଥାନା ଅଞ୍ଚଳର ଯଥା ବୁରୁପଡ଼ା, ଖଣ୍ଡରା,ରାଳବ, ଆଲପୁର ବେଲଗାଁ ,ସାହାପୁର,କଞ୍ଚୁରୁ, ସାରୁ, ପୋଚିଲିମା,ଗୋଦରାପଲ୍ଲୀ ଆଦି ଗ୍ରାମରେ ୧୮ ଓ ୧୩ ଦିନିଆ ଦଣ୍ଡକାଳୀ ଯାତ୍ରା ହେବାକୁ ଥିବା ଜଣାଯାଇଛି

ad-week
Leave A Reply

Your email address will not be published.