
ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ଆର ନୂଆଗାଁ ଗ୍ରାମ ପଂଚାୟତ ଖଲିବେରଣା ମହିମା ମଠରେ ବସନ୍ତ ପୁର୍ଣିମା ଅବସରରେ ବିଶ୍ୱ ଶାନ୍ତି ମହାଯଜ୍ଞ ଦୁଇ ଦିନ ଧରି ଚାଲିଥିଲା ଆଜି ତାହା ଉଦଯାପିତ ହୋଇଯାଇଛି l l ଗତକାଲି ସନ୍ଧ୍ୟାରେ ସାଧୁ ଓ ଭକ୍ତ ମାନଙ୍କ ଦ୍ୱାରା ଧ୍ୱନି ଆରମ୍ଭ କରାଯାଇ ସାରା ରାତି ଭୀମ ଭୋଇଙ୍କ ଅଲେଖ ମହିମା ଗାନ ମହା ଆଡମ୍ବରରେ କରାଯାଇ ଥିଲା l ଏହି ଉତ୍ସବରେ ସମାଜସେବି ତଥା ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ଆଇନଯିବି ସତ୍ୟନାରାୟଣ ବେହେରା ଯୋଗ ଦେଇ ଥିଲେ l ଆଗାମୀ ଦିନରେ ସରକାର ଙ୍କ ନିକଟରେ ମଠ ନିର୍ମାଣ ନିମନ୍ତେ ଅନୁରୋଧ କରିବାକୁ ମଠର ସଭାପତି ଭକ୍ତ ଉମେଶ କହ୍ନର, ସମ୍ପାଦକ ଭକ୍ତ ସୁଶୀଲ ସାହୁ, ଉପଦେଷ୍ଟା ଭକ୍ତ ଦଶରଥ ମଲିକ ଏବଂ ଭକ୍ତ ଶମ୍ଭୁ ପ୍ରସାଦ ସାହାଣୀ, ଭକ୍ତ ରୋହିତ ଦାସ, ଭକ୍ତ ପୁରୁଷୋତ୍ତମ ଦାସ ସମେତ ଚାଳିଶରୁ ଉର୍ଦ୍ଧ ଭକ୍ତ ଓ ମାତା ପ୍ରସ୍ତାବ ଦେଇଥିଲେ l ପ୍ରବଚନ ମଧ୍ୟରେ ସାଧୁ ମାନେ ଜଗତରେ କିପରି ଅଲେଖ ମହିମା ଧର୍ମକୁ ଆହୁରି ଆଦୃତ କରିହେବ, ମାନବ ସମାଜ ଶୃଙ୍ଖଳିତ ହେବ ଚର୍ଚ୍ଚା ତାରି ଉପରେ କରିଥିଲେ l ଆଇନଜୀବୀ ସତ୍ୟନାରାୟଣ ବେହେରା, କ୍ରାନ୍ତକବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଉକ୍ତି ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉକୁ ଆଲୋଚନା କରି ଥିଲେ ଏବଂ ମଠ ନିର୍ମାଣ ନିମନ୍ତେ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ପ୍ରତିଶୃତି ଦେଇଥିଲେ l