ଏଚପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମୁମ୍ବାଇ କଲ୍ୟାଣକୁ ହରାଇ ବ୍ରହ୍ମପୁର ଚମ୍ପିୟାନ

add-all

ହିଞ୍ଜିଳିକାଟୁ, ୨୫।୩ : ମଣ୍ଣିଂ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ପକ୍ଷରୁ ୬ଷ୍ଠ ରାତ୍ରୀକାଳୀନ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ କଲ୍ୟାଣର ଋତୁଭି କି ଫେରାରି ଟିମ୍ କୁ ରୟାଲ ଷ୍ଟ୍ରାଇକର ବ୍ରହ୍ମପୁର ଫାଇନାଲ ମ୍ୟାଚରେ ୩୨ରନରେ ହରାଇ ଚମ୍ପିୟାନ ହୋଇଛି। ରବିବାର ରାତିରେ ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚ୍ ରେ ବ୍ରହ୍ମପୁର ଦଳ ଟସର ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ନିର୍ଧାରିତ ୧୨ ଓଭରରେ ୪ ଓ୍ବିକେଟ ରେ ୧୪୦ ରନ କରିଥିଲେ। ଜବାବରେ ମୁମ୍ବାଇ ଦଳ ୧୨ ଓଭରରେ ୬ ଓ୍ବିକେଟ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ପୌରାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ନୀଳମଣି ପଟ୍ଟନାୟକ, ପ୍ରଦୀପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ତଥା କାଉନସିଲର ବିଭୁପ୍ରସାଦ ପଣ୍ଡା, କ୍ଲବ ସଭାପତି ନିଶିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ଦଳ ର ଭି ସତୀଶ ମ୍ୟାନ ଅଫ୍ ଦି ଫାଇନାଲ ହୋଇଥିଲେ।ରାଜା ସାମଲ ଓ ସତ୍ୟ ନାରାୟଣ ପାଣି ମ୍ୟାଚ ପରିଚାଳନା କରିଥିଲେ। ମର୍ନିଂ କ୍ରିକେଟ କ୍ଳବର ଚନ୍ଦ୍ରଶେଖର ସାହୁ, ଅମୂଲ୍ୟ ପଣ୍ଡା, କାହ୍ନା ସାବତ, ଭଗବାନ ପାତ୍ର, ଶ୍ରୀଧର , ଚିମନ ସାହୁ, ଜଗନ ଡାକୁଆ, ଆଦିତ୍ୟ ସାହୁ ଓ ମୁନା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ରାତ୍ରୀକାଳୀନ କ୍ରିକେଟ ପ୍ରତିଯୋଗିତା ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ଜମିଥିଲା। ଆଧୁନିକ ବୈଷୟିକ କୌଶଳ ବ୍ୟବହାର କରି ମ୍ୟାଚକୁ ବିଭିନ୍ନ ସୋସିଆଲ ମିଡିଆରେ ଲାଇଭ ଷ୍ଟ୍ରିମିଙ୍ଗ କରାଯାଇଥିଲା।
ଫଟୋ: ଉଭୟ ଦଳର ଅଧିନାୟକ ଟ୍ରଫି ସହ।
ବିଜେତା ଟିମକୁ ପୁରସ୍କାର ବିତରଣ

ad-week
Leave A Reply

Your email address will not be published.