ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ବିଚାର ସମାଧାନ ବୈଠକ

add-all

ଚିକିଟୀ : ରବିବାର ଚାନ୍ଦପୁର ଗ୍ରାମର ସମାଜ କୋଠା ଘର ଠାରେ ହଳଦିଆ ତୈଳକ ବୈଶ୍ୟ ସମାଜର ଏକ ବିଚାର ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ସମାଜର କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡସି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାକୁ କେନ୍ଦ୍ରୀୟ ସଭାପତି ଶ୍ରୀ ସାହୁ ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ସଭାପତି ଶ୍ରୀ ଦଣ୍ଡସୀ ସାହୁ ସମାଜର ଅଗ୍ରଗତି ପାଇଁ ସମସ୍ତଙ୍କୁ ପରାମର୍ଶ ଦେବାବେଳେ ଚିକିଟୀ ଖେମୁଣ୍ଡି ଆଞ୍ଚଳିକ ସଭାପତି ଶ୍ରୀ କୃଷ୍ଣ ସାହୁ ସଂଗଠନ ଉପରେ ସମିକ୍ଷା କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଧରମା ସାହୁ, ଉପଦେଷ୍ଟା ଯୋଗୀ ସାହୁ,ଶରତ ସାହୁ,ଉପ ସଭାପତି ପ୍ରଶାନ୍ତ ସାହୁ, ଅଭିମନ୍ୟୁ ସାହୁ,ସୁରେନ୍ଦ୍ର ସାହୁ,ପ୍ରଶାନ୍ତ ସାହୁ, ଅଫିସ୍ ର ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ ସହ ସମ୍ପାଦକ ବାବୁ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଗଣମାଧ୍ୟମର ପ୍ରତିନିଧି ଅକ୍ଷୟ କୁମାର ସାହୁ, ସବୁ ଆଞ୍ଚଳିକ ସଭାପତି ଓ କର୍ମକର୍ତ୍ତା ଓ ଗ୍ରାମ୍ୟ ପରିଷଦର ସଭାପତି ବିଚାରାଧୀନ ସବୁ ସମାଜର ଭାଇ ଓ ଭଉଣୀ ଯୋଗ ଦେଇଥିଲେ ଉକ୍ତ ବୈଠକରେ ୧୫ଟି କେସକୁ ବିଚାର ବିମର୍ଷ କରି ସମାଧାନ କରାଯାଇଥିଲା। ପରିଶେଷରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ଶ୍ରୀ ଦଣ୍ଡାସି ସାହୁ ସଭା ସାଙ୍ଗ କରିଥିଲେ।

ad-week
Leave A Reply

Your email address will not be published.