ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

add-all

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳରେ ଯୋଗ ଦେଇଛନ୍ତି। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବି‌ଜେପିରେ ଯୋଗ ଦେଇଛନ୍ତି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟପାଲ ସିଂ ତୋମର ଏବଂ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।
କଟକ ଲୋକସଭା ଆସନରୁ ୬ ଥର ସାଂସଦ ଥିବା ଭର୍ତ୍ତୃହରି ଗତ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ସିଦ୍ଧାନ୍ତ ମହାପାତ୍ର ବ୍ରହ୍ବପୁରରୁ ୨ ଥର ସାଂସଦ ହୋଇଛନ୍ତି। ସେହିପରି ଦମୟନ୍ତୀ ବାରିପଦାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ। ସେ ସାନ୍ତାଳୀ ଭାଷାର ଜଣେ ଗବେଷକ। ସେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୦୯ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.