ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼

add-all

ଭୁବନେଶ୍ବର: ନବୀନ ନିବାସରେ ନେତାଙ୍କ ଭିଡ଼ । ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ । ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର ନବୀନ ନିବାସରେ ପହଞ୍ଚିଛନ୍ତି ।
କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ମୟୂରଭଂଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି, ବିକ୍ରମ କେଶରୀ ଆରୁଖ, ପ୍ରତାପ ଦେ. ପ୍ରମୋଦ ମଲ୍ଲିକ, ସୁଶାନ୍ତ ସିଂ ପହଞ୍ଚିି ଧନ୍ୟବାଦ ଜଣାଇଛନ୍ତି ।
ପ୍ରଫୁଲ୍ଲ ସାମଲ, ଅରବିନ୍ଦ ମହାପାତ୍ର, ମାନସ ମଙ୍ଗରାଜ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଟୁକୁନି ସାହୁ, ସାଲୁଗା ପ୍ରଧାନ, ଅତନୁ ସବ୍ୟସାଚ୍ଚୀ, ଦେବୀ ରଞ୍ଜନ ତ୍ରିପାଠୀ, ବିଷ୍ଣୁଦତ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ପହଞ୍ଚିଛନ୍ତି । ଏହା ସହ ଭାଗୀରଥୀ ସେଠୀ, ଜଗନ୍ନାଥ ନାୟକ, ବଦ୍ରୀ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ ଓ ବ୍ୟୋମକେଶ ରାୟ ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।‌ ଦିଲ୍ଲୀପ ତିର୍କୀ, ଶ୍ରୀକାନ୍ତ ସାହୁ, ଚନ୍ଦ୍ର ସାରଥୀ ବେହେରା, ଆକାଶ ଦାସ ନାୟକ, ସୌଭିକ ବିଶ୍ୱାଳ, ପ୍ରତାପ ଦେବ, ସୁଶାନ୍ତ ସିଂ, ଜଗନ୍ନାଥ ନାୟକ ଆଦି ମଧ୍ୟ ପହଞ୍ଚିଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.