୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଏସ୍‌ଟି ଅଧିକାରୀ

add-all

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା। ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ। ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସ୍‌ଟି, ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାକ୍‌ କରିବାରେ ସଫଳ ହୋଇଛି ଭିଜିଲାନ୍ସ ୟୁନିଟ୍‌।
ଅଭିଯୋଗକାରୀ ଜଣକ ଗତ ୧୯ ମାର୍ଚ୍ଚରେ ସରକାରୀ ନିୟମ ମୁତାବକ ୭୯,୨୦୦ ଟଙ୍କାର ଜିଏସ୍‌ଟି ଜୋରିମାନା ପୈଠ କରି ସାରିଥିଲେ ମଧ୍ୟ ତାଙ୍କ ଅଟକ ରଖାଯାଇଥିବା ଗାଡିକୁ ମୁକ୍ତ କରିବା ପାଇଁ ୩୦ ହଜାର ଟଙ୍କା ଦାବି କରିଥିଲେ ମାନସ।
ତେବେ ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କ ଠାରୁ ୩୦ ହଜାର ଟଙ୍କାକୁ ଜବତ କରିବା ସହ ଶ୍ରୀ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଏହି ସଂଯୋଗରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶ୍ରୀ ବେହେରା, ସିଟିଓ ଏବଂ ଜିଏସ୍‌ଟି ଅଧିକାରୀ, ଏନଫୋର୍ସମେଣ୍ଟ ୟୁନିଟ୍ ବିରୋଧରେ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.