୧୩ ସହରରେ ପାରା ୩୮ଡ଼ିଗ୍ରି ଅତିକ୍ରମ

add-all

ଭୁବନେଶ୍ବର: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାରଳାଖେମୁଣ୍ଡିରେ ଆଜି ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୩୯.୫, ନୟାଗଡ଼ରେ ୩୯.୨, ଟିଟିଲାଗଡ଼ରେ ୩୯.୨ ଓ ଭବାନୀପାଟଣାରେ ପାରା ୩୯ ଡିଗ୍ରି ପହଞ୍ଚିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ଫୁଲବାଣୀରେ ୩୮.୯, ତାଳଚେର ଓ ରାୟଗଡ଼ାରେ ୩୮.୬, କଟକରେ ୩୮.୪, ଝାରସୁଗୁଡ଼ାରେ ୩୮.୩, ମାଲକାନଗିରି, ଚାନ୍ଦବାଲିରେ ୩୮.୨ ଓ ଅନୁଗୁଳରେ ୩୮.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଗାମୀ ୨ଦିନ ମଧ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ଦିନ ତାପମାତ୍ରା ୪୦ଡ଼ିଗ୍ରି ଛୁଇଁବା ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.