ଟିକେଟ ମୋ ପାଇଁ ସରପ୍ରାଇଜ ଥିଲା – ମନ୍ମଥ ରାଉତରାୟ

add-all

ପୁରୀ,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବାପା ଏବଂ ଭାଇ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଏସବୁ ଭିତରେ ମନ୍ମଥ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ଓ ଦଳର ସହଯୋଗରେ ନିର୍ବାଚନ ଜିତିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମନ୍ମଥ କହିଛନ୍ତି, ଟିକେଟ ମୋ ପାଇଁ ସରପ୍ରାଇଜ ଥିଲା। ଦଳ ମୋ ପ୍ରତି ଭରସା କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମୁଁ କୃତଜ୍ଞତା ଜଣାଉଛି। ନିର୍ବାଚନ ପାଇଁ ସେବା ହିଁ ମୋ ଷ୍ଟାଟେର୍ଜି।

ବିରୋଧୀଙ୍କୁ ଯେତେ ବି ବଡ କୁହାଯାଉଥିଲେ ବି ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ।

ad-week
Leave A Reply

Your email address will not be published.