ନିର୍ବାଚନ ଲଢ଼ି ପାରିବେନି ଦକ୍ଷିଣ ଆଫ୍ରିକା ପୂର୍ବତନ ରାଷ୍ଟ୍ରପତି, ଲାଗିଲା ରୋକ୍‌

add-all

ନୂଆଦିଲ୍ଲୀ : ନିର୍ବାଚନ ଲଢ଼ି ପାରିବେନି ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମା। ଦେଶରେ ଆସନ୍ତା ମେ’ ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ। ଏହା ଉପରେ ଏବେ ରୋକ୍ ଲଗାଯାଇଛି। ତାଙ୍କ ବିରୋଧରେ ଥିବା ଅପରାଧିକ ରେକର୍ଡ ହେତୁ ତାଙ୍କୁ ପ୍ରାର୍ଥୀ ଭାବରେ ଅଯୋଗ୍ୟ ଘୋଷଣା କରାଯାଇଛି। ଏନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।
ଏକ ପ୍ରେସ୍‌ମିଟ୍‌ରେ ନିର୍ବାଚନ ଆୟୋଗ ଜ୍ୟାକବ ଜୁମାଙ୍କ ବିରୋଧରେ ଆସିଥିବା ଆପତ୍ତିକୁ ସମର୍ଥନ ଜଣାଇଛନ୍ତି। ଏଥିସହ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି। ଆଇଇସି ଅଧ୍ୟକ୍ଷା ମୋସୋଥୋ ମୋଏପ୍ୟାଙ୍କ କହିବା ମୁତାବକ, ଏହି ନିଷ୍ପତ୍ତି ବିରୋଧରେ ଅପିଲ କରିବା ପାଇଁ ଜୁମଙ୍କୁ ୨ ଏପ୍ରିଲ ଯାଏଁ ସମୟ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ତଦନ୍ତ କମିଶନରଙ୍କ ଶୁଣାଣି ଚାଲିଥିବା ବେଳେ ଏହାକୁ ଅଧାରା ଛାଡି ଉଠି ଚାଲିଯାଇଥିଲେ ଜୁମା। ଏହାକୁ ନେଇ ୨୦୨୧ରେ ଦକ୍ଷିଣ ଆଫ୍ରିକାର ଏକ କୋର୍ଟ ତାଙ୍କୁ ୧୫ ମାସର ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୮ରେ ଜୁମାଙ୍କୁ ତାଙ୍କ ଦଳ ‘ଆଫ୍ରିକାନ ନ୍ୟାସନାଲ କଂଗ୍ରେସ’ ବରଖାସ୍ତ କରିଦେଇଥିଲା। ଆତ୍ମ-ନିର୍ବାସିତ ଗୁପ୍ତ ପରିବାର ସହ ଜୁମା ନିକଟତର ହୋଇଥିବା ଯୋଗୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଥିଲା। ଏଥିଯୋଗୁ ଏଏନ୍‌ସି ଜୁମାଙ୍କୁ ଦଳରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ad-week
Leave A Reply

Your email address will not be published.