କଂଗ୍ରେସକୁ ମିଳିଲା ପୁଣି ଆୟକର ବିଭାଗର ୨ଟି ନୋଟିସ!

add-all

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅଡ଼ୁଆ ସେତିକି ବଢ଼ିବାରେ ଲାଗିଛି। ଶୁକ୍ରବାର ରାତିରେ କଂଗ୍ରେସକୁ ଆୟକର ବିଭାଗ ପୁଣି ଦୁଇଟି ନୋଟିସ ପଠାଇଛି।
ଟିକସ ପୈଠ ନ କରିବା ଅଭିଯୋଗରେ ଆୟକର ବିଭାଗ ପ୍ରଥମେ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ଫାଇନ ଲାଗୁ କରିଥିଲା। ଏବେ ଦଳ ପାଖକୁ ଆୟକର ବିଭାଗ ଆଉ ୨ଟି ନୋଟିସ ପଠାଇଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି।
ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଗତ ରାତିରେ ଆଉ ଦୁଇଟି ନୋଟିସ ଆସିଛି। ଶୁକ୍ରବାର ଦିନ ସମୟରେ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ନୋଟିସ ମିଳିଥିଲା। ଏହା ପଛରେ ବିଜେପିର ହାତ ରହିଛି।”
ଆୟକର ବିଭାଗ କଂଗ୍ରେସକୁ ଠିକ ନିର୍ବାଚନ ପୂର୍ବରୁ ନୋଟିସ କରୁଥିବାରୁ ଦଳର ଚିନ୍ତା ବଢ଼ିଛି। ବିଜେପି ଟିକସ ଆତଙ୍କବାଦ ଚଳାଇଛି। କ୍ଷମତାସୀନ ଦଳ ବିଜେପି ଏବେ କଂଗ୍ରେସକୁ ଆର୍ଥିକସ୍ତରରେ ପଙ୍ଗୁ କରିବାକୁ ଉଦ୍ୟମ କରୁଥିବା ରମେଶ ଗତକାଲି ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.