ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲା: ଚାର୍ଜସିଟ୍‌ ଦାଖଲ କଲା ଇଡି

add-all

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ଜଲ ବୋର୍ଡ ଟେଣ୍ଡର ସହ ଜଡିତ ଟଙ୍କା ହେରଫେର ମାମଲାରେ ଇଡି ରାଉଜ ଏଭେନ୍ୟୁ କୋର୍ଟରେ ୮୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ଇଡି ଦିଲ୍ଲୀ ଜଳ ବୋର୍ଡର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜଗଦୀଶ ଆରୋରା, ଠିକାଦାର ଅନିଲ ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛି।
କେବଳ ସେତିକି ନୁହେଁ ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଜଗଦୀଶ ଆରୋରାଙ୍କ ଘନିଷ୍ଠ ସହଯୋଗୀ ତଥା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ତାଜେନ୍ଦ୍ର ସିଂହ, ଏନବିସିସିର ପୂର୍ବତନ ଅଧିକାରୀ ଦେବେନ୍ଦ୍ର କୁମାର ମିତ୍ତଲ ଏବଂ ଏକ କମ୍ପାନୀ ଏନକେଜିର ନାଁ ମଧ୍ୟ ସାମିଲ ଅଛି। ଇଡି ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ NKG କମ୍ପାନୀକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ଏନ୍‌ବିସିସିର ଅଧିକାରୀ ମିତ୍ତଲ ଯେଉଁ ସାର୍ଟିଫିକେଟ୍‌ ଜାରି କରିଥିଲେ ତା’ ଆଧାରରେ ଏନ୍‌କେଜି କମ୍ପାନୀକୁ ଟେଣ୍ଡର ମିଳିଥିଲା। ଏନ୍‌କେଜି ମିତ୍ତଲଙ୍କ ପାଇଁ ଟ୍ରାଭେଲ ଟିକେଲ୍‌ ବୁକ୍‌ କରିଥିଲା। ଇଡିର କହିବା ମୁତାବକ, ଏନ୍‌ବିସିସିର ରେକର୍ଡରେ ଏନ୍‌କେଜି ବିଷୟରେ କୌଣସି ସୂଚନା ନାହିଁ। ମିତ୍ତଲ ଏନକେଜି କମ୍ପାନୀକୁ ନକଲି ଡକ୍ୟୁମେଣ୍ଟ ଦେଇଥିଲେ। ମୋଟ ୩୮ କୋଟି ଟଙ୍କାର ହେରଫେର ହୋଇଛି। ଟେଣ୍ଡର ପାଇଁ ଲାଞ୍ଚ ଦିଆଯାଇଥିବା ଇଡି ଅଭିଯୋଗ କରିଛି।
କହିରଖୁ ଯେ, ପୂର୍ବରୁ ଦିଲ୍ଲୀ ଜଲ ବୋର୍ଡ ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ଜାରି କରିଥିଲା। କିନ୍ତୁ ସେ ହାଜର ହୋଇନଥିଲେ। ଫେବ୍ରୁଆରୀ ମାସରେ ଆମ୍‌ ଆଦମୀ ପାର୍ଟିର ନେତାଙ୍କ ୧୨ଟି ଠିକଣା ଉପରେ ଇଡି ତରଫରୁ ଚଢ଼ାଉ ହୋଇଥିଲା। ଇଡି ଅନୁଯାୟୀ ଜଲ ବୋର୍ଡ ଦୁର୍ନୀତିରୁ ଆମ୍ ଆଦମୀ ଦଳର ନେତାମାନଙ୍କୁ ଟଙ୍କା ଦିଆଯାଇଥିଲା। ଏହି ଅର୍ଥ AAP ର ନିର୍ବାଚନ ପାଣ୍ଠିକୁ ମଧ୍ୟ ଦିଆଯାଇଥିଲା।

ad-week
Leave A Reply

Your email address will not be published.