ଆପଲ, ଡେଲ, ଆଇବିଏମ ଭଳି କମ୍ପାନୀ କରିଛନ୍ତି ବ୍ୟାପକ ଛଟେଇ

add-all

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଶ୍ୱର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀରେ ବଡ଼ଧରଣର ଛଟେଇ ଦେଖିବାକୁ ମିଳିଛି। ଇଣ୍ଡଷ୍ଟ୍ରୀ କ୍ଷେତ୍ର ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାରୁ କମ୍ପାନୀ ଗୁଡ଼ିକ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରିଛନ୍ତି।
ଏରିକସନ, ଡେଲ ଓ ଆପଲ ଭଳି କମ୍ପାନୀ ବିଭିନ୍ନ କାରଣ ପାଇଁ ମାର୍ଚ୍ଚ ମାସରେ ଛଟେଇ କରିଛନ୍ତି। ଏରିକସନ ସ୍ୱିଡେନରେ ୧୨ଶହ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। ୫ଜି ଇକ୍ୟୁପମେଣ୍ଟର ଚାହିଦା କମୁ ଥିବାରୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି। ଏରିକସନ ଗତବର୍ଷ ମଧ୍ୟ ୮,୫୦୦ କର୍ମଚାରୀ ବା ମୋଟ ୮% କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଥିଲା।
ସେହିପରି ଡେଲ କଷ୍ଟ କଟିଂ ପାଇଁ ଛଟେଇ କରିଛି। ଫେବୃଆରୀ ମାସେ ଡେଲର କର୍ମଚାରୀଙ୍କ ସଂଖ୍ୟା ୧,୨୦,୦୦ ରହିଥିଲା। ୨୦୨୩ରେ ଏହି ସଂଖ୍ୟା ୧,୨୬,୦୦୦ ଥିଲା। ଡେଲର ପିସିର ଚାହିଦା ୧୧% ହ୍ରାସ ପାଇଛି। ଏଥିଯୋଗୁ କମ୍ପାନୀର ଆୟ ପ୍ରଭାବିତ ହୋଇଛି। ତେଣୁ ଡେଲ ପ୍ରାୟ ୬ ହଜାର କର୍ମଚାରୀଙ୍କୁ ବିଦା କରି ସାରିଲାଣି।
ବ୍ଲୁମ୍ବବର୍ଗ ରିପୋର୍ଟରେ କୁହାଯାଇଛି ଯେ ଆପଲ ମାଇକ୍ରୋ ଏଲଇଡି ଡିସପ୍ଲେ ବିକଶିତ କରିବାକୁ ଚାହୁଁଥିଲା। ଗୋଟିଏ ଭବିଷ୍ୟତ ଆପଲ ୱାଚ୍‌ ପାଇଁ ଏହା ବିକଶିତ କରୁଥିଲା। ଏବେ କିନ୍ତୁ ଏହା ଉପରେ ରୋକ ଲାଗିବା ସହ କମ୍ପାନୀ ତା’ର ଡିସପ୍ଲେ ଇଞ୍ଜିନିୟରିଂ ଟିମକୁ ପୁନଃଗଠନ କରୁଛି। ଏଥିପାଇଁ ଆମେରିକା ଓ ଏସିଆରେ କାର୍ଯ୍ୟରତ ଅନେକ କମ୍ପାନୀକୁ କମ୍ପାନୀ ଚାକିରିରୁ ବାହାର କରି ଦେଇଛି।
ଆଇବିଏମ ବା ଇଣ୍ଟରନ୍ୟାଶନାଲ ବିଜନେସ ମେସିନ୍ସ କ୍ରପ ନିର୍ଦ୍ଦିଷ୍ଟ ସଂଖ୍ୟା ନ କହି କେବଳ ଛଟେଇ କରାଯାଛି ବୋଲି ଘୋଷଣା କରିଛି। କମ୍ପାନୀର ମାର୍କେଟିଂ ଓ କମ୍ପ୍ୟୁନିକେସନ ବିଭାଗର କର୍ମଚାରୀଙ୍କ ସଂଖ୍ୟାର ହ୍ରାସ କରାଯାଇଛି। ଆଇବିଏମର ମୁଖ୍ୟ କମ୍ପ୍ୟୁନିକେସନ ଅଧିକାରୀ ଜୋନାଥନ ଆଡଶେଖ କର୍ମଚାରୀଙ୍କ ସହ ୭ ମିନିଟର ମିଟିଂ କରିଥିଲେ। ଏହି ମିଟିଂରେ ସେ ଛଟେଇ ସମ୍ପର୍କରେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.