ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ..!

add-all

ବଲାଙ୍ଗୀର : ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଟାଉନ୍‌ରୁ। ମୃତକ ହେଉଛି ଖୁଜେନପାଲିଗାଁର ୩୦ ବର୍ଷୀୟ ଯୁବକ ତ୍ରିନାଥ ବକୁଲ।
ତ୍ରିନାଥ ବକୁଲ ବଲାଙ୍ଗିର ଟାଉନ୍‌କୁ ଆସିଥିଲେ। ମାର୍କେଟିଂ ସାରି ମଧ୍ୟାହ୍ନରେ ଘରକୁ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡ଼ିକାଲ୍‌ ଆଣ୍ଡ ହସ୍ପିଟାଲ୍‌କୁ ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତ୍ରିନାଥଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।
ଆଜି ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଯେଉଁଥିପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ୧୧ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍ ହୋଇଯାଉଛି। ସେପଟେ ରାତିରେ ମଧ୍ୟ ଗୁଳଗୁଳି ହେଉଛି। ଯେଉଁଥିପାଇଁ ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେପଟେ ଆଜି ପର୍ଯ୍ୟନ୍ତ ସହର ଭିତରେ ଜଳଛତ୍ର ଖୋଲାଯାଇନାହିଁ। ଯାହାଫଳରେ ପାଣି ଟୋପାଏ ପାଇଁ ପଥଚାରୀମାନେ ଡହଳ ବିକଳ ହେଉଛନ୍ତି। ଏହା ସହିତ ଅଘୋଷିତ ବିଦ୍ୟୁତ କାଟ ମଧ୍ୟ ଚିନ୍ତା ବଢ଼ାଇଛି।

ad-week
Leave A Reply

Your email address will not be published.