ତାତିରେ ସିଝିଲା ପୂରା ରାଜ୍ୟ ! ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

add-all

ଭୁବନେଶ୍ବର : ତାତିରେ ସିଝିଲା ପୂରା ରାଜ୍ୟ! ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରି ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତାତିରୁ ବର୍ତ୍ତି ପାରିନି ରାଜଧାନୀ ଭୁବନେଶ୍ୱର।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡ଼ିଗ୍ରୀ ଛୁଇଁଛି। ସେହିପରି ବଲାଙ୍ଗିରରେ ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। ତାତିରୁ ବର୍ତ୍ତି ପାରିନି ରାଜଧାନୀ ଭୁବନେଶ୍ୱର ଓ କଟକ। ଭୁବନେଶ୍ୱରରେ ୩୭ ଡ଼ିଗ୍ରୀ ଓ କଟକରେ ୩୭.୬ ତାପମାତ୍ରା ଡ଼ିଗ୍ରୀ ରେକର୍ଡ କରାଯାଇଛି। ଯାହା ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ad-week
Leave A Reply

Your email address will not be published.