
ମାଲକାନଗିରି : ଆଜି ଜିଲ୍ଲା ଅବକାରୀ ଅଧିକ୍ଷକ ମାଲକାନଗିରି ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ଅବକାରୀ ଷ୍ଟେସନର ଓଆଇସି ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ପଣ୍ଡିଆଗୁଡ଼ା ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ର ରେ ଚଢାଉ କରି ୧୧୬ କିଲୋଗ୍ରାମ ର ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷରୁ ଉର୍ଦ୍ଧ୍ବ ହେବ । ଏହି ମାମଲା ରେ ପାଣ୍ଡିଆଗୁଡ଼ା ଗ୍ରାମ ଚିତ୍ରକୋଣ୍ଡା ଥାନାର ଗୋପୀ ପାଙ୍ଗି ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଜିଲ୍ଲା ସେସନ କୋର୍ଟ ମାଲକାନଗିରି ରେ ହାଜର କରାଯାଇ ହାଜତ କୁ ପ୍ରେରଣ କରାଯାଇଛି।ଏହି ଚଢାଉ ସମୟ ରେ ମାଥିଲି ଥାନା ର ଓଆଇସି ପ୍ରଭାକର ସେଠୀ,ASI ସୁରେନ୍ଦ୍ର ମାଝୀ,ASI ରାମଚନ୍ଦ୍ର ହନ୍ତାଳ,କନଷ୍ଟେବଳ କାହ୍ନୁ ଚରଣ ମଲ୍ଲିକ, ପ୍ରଭାତ କୁମାର ସାହୁ,ନିତ୍ୟରଞ୍ଜନ ତାଣ୍ଡି,ଚନ୍ଦ୍ରକାନ୍ତ ନାୟକ, ମୂରଲୀ ରଜକ , ସୁଜାତା କୁମାରୀ ହିଆଲ ପ୍ରଭୃତି ସାମିଲ ଥିଲେ।