ଅନେକ ସମୟରେ ନୂଆ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ପୁରୁଣା ବୋଲରଙ୍କୁ ଛକା ଓ ଚୌକା ମାରି ଦେଉଛନ୍ତି: ସଂତୃପ୍ତ ମିଶ୍ର

newyr25

କଟକ: ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଜି କଟକରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ନେଇ ତୁଳସୀପୁରରେ ଏକ କର୍ମୀ ସମ୍ମିଳନୀରେ ସମସ୍ତଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ମିଳନୀ ଶେଷ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳର ସଂଗଠିତ ଶକ୍ତି ଏବଂ ଲୋକ ସମ୍ପର୍କ କଟକ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥି ଏବଂ ସାଂସଦ ପ୍ରାର୍ଥିଙ୍କୁ ବହୁମତରେ ଜିତେଇବେ ଏଥିରେ କୌଣସି ସନ୍ଦେହ ନାହିଁ। କ୍ରିକେଟ ଖେଳର ଉଦାହରଣ ଦେଇ ଶ୍ରୀ ମିଶ୍ର କହିଛନ୍ତି ଅନେକ ସମୟରେ ନୂଆ ବ୍ୟାଟସମ୍ୟାନ ମଧ୍ୟ ପୁରୁଣା ବୋଲରଙ୍କୁ ଛକା ଓ ଚୌକା ମାରି ଦେଉଛନ୍ତି। ଅଭିଞ୍ଜତା ଏବଂ ନୂତନତ୍ବ ଦ୍ବନ୍ଦ ଭିତରେ ଅନେକ ସମୟରେ ମଧ୍ୟ ନୂତନତ୍ବ ଜିତିଥାଏ। କଟକର ପିଲା ଭାବେ ସାଙ୍ଗସାଥୀଙ୍କ ସମର୍ଥନରେ ଆଗକୁ ବଢିବି।

ସେପଟେ କଟକର ପରିବର୍ତ୍ତିତ ରାଜନୈତିକ ସମୀକରଣକୁ ନେଇ ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ କହିଛନ୍ତି ବରିଷ୍ଠତା ଦ୍ରୁଷ୍ଟିରେ ଭର୍ତ୍ତୃହରି ମହତାବ ଜଣେ ଅଭିଞ୍ଜ ଏବଂ ପରିପକ୍ବ ସାଂସଦ। କିନ୍ତୁ ଏବେ ସ୍ଥିତି ବଦଳିଛି। ସେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥି ହୋଇଛନ୍ତି। ସଂସଦରେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ, କିନ୍ତୁ କଟକ ସଂସଦୀୟ କ୍ଷେତ୍ରରେ ତାଙ୍କର ଲୋକ ସମ୍ପର୍କ ସେତେ ଉତ୍ସାହଜନକ ନୁହେଁ। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦୃଷ୍ଟିକୋଣରୁ କଟକରେ ବିଜେଡିର ପଲ୍ଲା ଭାରି ରହିଛି। ତେଣୁ ଭର୍ତ୍ତୃହରିଙ୍କ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ହେବ। କିନ୍ତୁ ଏକ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ।

Leave A Reply

Your email address will not be published.