ନୀପିଡିତ ସ୍ବେଛାସେବୀ ଅନୁଷ୍ଠାନର ୪୨ତମ ପ୍ରତିଷ୍ଠା ଦିବସ ପାଳନ

add-all

ଫୁଲବାଣୀ ୩୧।୧ : ଫୁଲବାଣୀର ପୁରାତନ ସ୍ୱେଛାସେବୀ ଅନୁଷ୍ଠାନ ନିପୀଡିତ ଏହାର ୪୨ତମ ପ୍ରତିଷ୍ଠା ଦିବସ ଏହାର ସଭାଗୃହରେ ପାଳନ କରିଛି । ଏହି ଅବସରରେ ସର୍ବ ପ୍ରଥମେ ଏହି ମାସ ୧୫ ଓ ୧୭ ତାରିଖରେ ଇହଲୀଳା ସମ୍ବରଣ କରିଥିବା ଦୁଇ ଜଣ ଦିବଙ୍ଗତ ମହାନ ସମାଜସେବୀଙ୍କୁ ଶ୍ରନ୍ଧାଞ୍ଜଳି ଅର୍ପଣ କରଯାଇଥିଲା । ସେ ଦୁଇଜଣ ହେଲେ: କେନ୍ଦ୍ରପଡା ଜିଲା ତରାସ ଗ୍ରାମର ସ୍ଵର୍ଗତ ରବି ନାରାୟଣ ଜେନା ଓ ଯାଜପୁର ବରି ଗ୍ରାମର ସ୍ଵର୍ଗତ ବୃନ୍ଦାବନ ଜେନା । ନିପୀଡିତର ସମ୍ପାଦକ ରାମଚନ୍ଦ୍ର ଦାଶ, ସଂଯୋଜକ ପ୍ରମୋଦ ନାୟକ, ବରିଷ୍ଠ ଆଇନିଜୀବୀ ବିଜୟ କୁମାର ମହାନ୍ତି, ସ୍ଵାତି ଅନୁଷ୍ଠାନର ସଂଯୋଜକ ପ୍ରଦୀପ କୁମାର ସ୍ଵାଇଁ, କଲ୍ୟାଣୀ ରାଉତ ସମେତ ସମବେତ ଅତିଥି ମାନେ ସ୍ମୃତିଚାରଣ କରିଥିଲେ। ଏହା ପରେ ନିପୀଡିତର ସମ୍ପାଦକ ରାମଚନ୍ଦ୍ର ଦାଶ ଗତ ୪୧ ବର୍ଷର କାର୍ୟ୍ୟଧାରା ଓ ଭବିଷ୍ୟତ ଯୋଜନା ଉପରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ପ୍ରେସ କ୍ଳବର ସମ୍ପାଦକ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ନାଗରିକ କମିଟି ର ନବୀନ କିଶୋର ପଣ୍ଡା, ଡକ୍ଟର ରାଜ କିଶୋର ବେହେରା, ସମାଜସେବୀ ପ୍ରଦୀପ କୁମାର ସ୍ଵାଇଁ, ଲିଙ୍ଗରାଜ ପ୍ରଧାନ, ପାହାଡ ସମ୍ପାଦକ ପଞ୍ଚାନନ ମିଶ୍ର ଓ ଅନ୍ୟ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ମାନସିକ ଅନଗ୍ରସର କ୍ଷେତ୍ରରେ ଡ଼ାଉନ ସିନ୍ଡ୍ରୋମ ଅବସ୍ଥା ବିଷୟରେ ସଂସ୍ଥାର ସ୍ୱତନ୍ତ୍ର ପ୍ରଶିକ୍ଷକ ଶ୍ରୀ ଏମ ବୁଲୁ ଓ ଫିଜିଓଥେରାପିଷ୍ଟ ଶ୍ରୀ ସୁଧାଂଶୁ ଶେଖର ସାହୁ ଆଲୋକପାତ କରିଥିଲେ । ମସ୍ତିସ୍କ ପକ୍ଷାଘାତ ଓ ମାନସିକ ଅନଗ୍ରସର ପିଲାଙ୍କର ସଫଳ କାହାଣୀ ପୁସ୍ତିକା ଉନ୍ମୋଚନ କରଯାଇଥିଲା । ପରେ ନିଜନିଜର ଅଭିଭାବକ ମାନଙ୍କ ସହିତ ଅସିଥିବା ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ କରାଯାଇଥିବା ପ୍ରତିଯୋଗୀତାର କୃତୀ ପ୍ରତୀଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ୟ୍ୟକ୍ରମକୁ ନୀପିଡିତ ଅନୁଷ୍ଠାନର ସଂଯୋଜକ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିଲେ । ଶ୍ରୀମତୀ ଜ୍ୟୋଷ୍ଣାରାଣୀ ଦାଶ ସ୍ଵାଗତ କରିଥିଲେ ଓ ସ୍ୱତନ୍ତ୍ର ପ୍ରଶିକ୍ଷିକା ସୁଶ୍ରୀ ଦିପ୍ତିମୟୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.