
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦଣ୍ଡନୃତ୍ୟ ପରିବେଷଣ ସମୟରେ ଆମିଷ ଭକ୍ଷଣ ନିଷେଧ କରାଯିବା ନିମନ୍ତେ ଏକ ଆଲୋଚନା ବୈଠକ ଜିଲ୍ଲା ଜାଗରଣ ମଞ୍ଚର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ସହ ସହରର ବିଭିନ୍ନ ବ୍ୟବସାୟୀ ସଂସ୍ଥାର ବ୍ୟବସାୟ , ହୋଟେଲ ମାଲିକ,ଆମିଷ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ନିଆଯାଇ ହାଟପଦା ନିକଟ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ସଭାଗୃହ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଦଣ୍ଡନୃତ୍ୟ (ଶିବଶିବା ରୁଦ୍ରକାଳୀ ) ନୃତ୍ୟ ସମୟରେ ଫୁଲବାଣୀ ସହର ପୌରପରିଷଦ ପରିସିମା ମଧ୍ୟରେ ଆମିଷ ଭକ୍ଷଣ ନିଷେଧ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସାୟୀ ମାନଙ୍କୁ କନ୍ଧମାଳ ଜିଲ୍ଲା ଜାଗରଣ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ବ୍ୟବସାୟୀ ମାନଙ୍କୁ ସହଯୋଗ ଓ ସଚେତନ ହୋଇ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରିଥିଲେ ।
ଆଲୋଚନା,ଖୋଲା ପରିବେଶ ମଧ୍ୟରେ ବ୍ୟବସାୟ ମାନେ ସେମାନଙ୍କ ରହିଥିବା ବିଭିନ୍ନ ସମସ୍ୟ ଓ ଅବ୍ୟବସ୍ଥା ଉପରେ ନିଜର ମତ ରଖିଥିଲେ ଏବଂ କିଛି ସମୟ ଦେବାକୁ ଜାଗରଣ ମଞ୍ଚକୁ ଅନୁରୋଧ କରିଥିଲେ ।ଜିଲ୍ଲା ଜାଗରଣ ମଞ୍ଚ ,ଆଲୋଚନାର, ବୈଠକକୁ ଗ୍ରହଣ କରି ,ବିଭିନ୍ନ ବ୍ୟବସାୟୀ ସଂଘ ସହଯୋଗ ଓ ଆମିଷ ନିଷେଧ ଉପରେ ନିଜ ନିଜ ମତ ଓ ସଚେତନତାର ବାର୍ତ୍ତାକୁ ଗ୍ରହଣ କରି ଦଣ୍ଡନୃତ୍ୟ ଭଳି ଏକ ଆଧାତ୍ମିକ ପରିବେଶ ସମୟରେ , ମେରୁ ପୂର୍ବରୁ , ନିଶ୍ଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଆଲୋଚନା ବୈଠକରେ ସହରର ବହୁ ବ୍ୟବସାୟୀ,ଜିଲ୍ଲା ଜାଗରଣ ମଞ୍ଚର ସଭାପତି ଶେଷଦେବ ଜାନୀ , ସମ୍ଫାଦକ ପରେଶ ମହାପାତ୍ର ,ବରିଷ୍ଠ ନାଗରିକ ସଂଘ ନବୀନ କିଶୋର ପଣ୍ଡା ଓ ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ପ୍ରିୟନାଥ ଶର୍ମା ,ବ୍ରଜ ପଟ୍ଟନାୟକ, ଆଇନଜୀବୀ ବନ ମହାନ୍ତି ,ଅଶୋକ ପରିଡା , ବିକାଶ ମହାନ୍ତି, ବରିଷ୍ଠ ବ୍ୟବସାୟୀ ପଦ୍ମ ଚରଣ ସ୍ୱାଇ, ଶିକ୍ଷାବିତ ବଂଶୀ ଧର ପଣ୍ଡା , କୃଷ୍ଣ ଚନ୍ଦ୍ର ମିଶ୍ର , ନାରାୟଣ ସାହୁ , ପ୍ରମୋଦ ସାହୁ ସୁବାଷ ବେହେରା ଓ ଜାଗରଣ ମଞ୍ଚର ବହୁ ସଦସ୍ୟ ଏବଂ ଆମିଷ ବ୍ୟବସାୟୀ ମାନଙ୍କ ସହ ହୋଟେଲ ବ୍ୟବସାୟୀ ଯୋଗଦେଇଥିଲେ । ସମସ୍ତଙ୍କ, ସହଯୋଗ ପାଇଁ ଜନ ଜାଗରଣ ମଞ୍ଚ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।