ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଂଘ ସଭାପତି ନିରୋଦ ପାତ୍ରଙ୍କ ସଭାପତିତ୍ବରେ ଓ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀଙ୍କ ନେତୃତ୍ବରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବାର ପରିସରରେ ଥ‌ିବା ମହାପୁଋଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ପରେ ପରେ ସଭାପତି ଶ୍ରୀ ପାତ୍ର ଚଳିତ ବର୍ଷ ୮୮ ତମ ଉତ୍କଳ ଦିବସ ପାଳନ କରିଛି ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ପାଳନ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି ଉକ୍ତ ଦିନ ରେ ଆମେ ସମସ୍ତେ ଓଡ଼ିଆ ବୋଲି ଆମରି ଭିତରେ ସେହି ଭାବନା ରହିବ ଉଚିତ ବୋଲି ସଭାପତି ଶ୍ରୀ ପାତ୍ର ବକ୍ତବ୍ୟ ରଖିଥିଲେ । ସଂଘ ସମ୍ପାଦକ ଶ୍ରୀ ଶତପଥୀ ଅପ୍ରେଲ ୧ ରେ ହିଁ ଓଡିଶା ପାଇଥିଲା ନିଜର ସ୍ଵତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥ‌ିବା ବେଳେ ୧୯୩୬ ମସିହା ଅପ୍ରେଲ ୧ ରେ ନୂତନ ପ୍ରଦେଶ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ହର ପ୍ରସାଦ ସାମନ୍ତ,ସ‌ହ ସମ୍ପାଦକ ସୁଶାନ୍ତ ସାହୁ , କୋଷାଧ୍ଯକ୍ଷ ଅସ୍ମିତା କୁମାରୀ ନାୟକ, ପାଠାଗାର ସମ୍ପାଦକ ମୋହନ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ଆଇନଜୀବୀ ବଂଶୀଧର ମହାପାତ୍ର,ବିଜୟ କୁମାର ମହାନ୍ତି,ଭଗବାନ ମହାନ୍ତି, ବିରେନ୍ଦ୍ର ସୁବୁଦ୍ଧି,ସତ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଦେବୀ ପ୍ରସାଦ କର, ବୀଣା ପାଣି ପ୍ରଧାନ,ନମିତା ସାହୁ, ନନ୍ଦିତା କୁମାରୀଙ୍କ ସମେତ ସମସ୍ତ ବାର ସଦସ୍ୟ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.