
ବ୍ରହ୍ମପୁର :-ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ ଯୋଗ ଦେଇ ଦେଶ ପାଇଁ ଜୀବନ ଦେଇଥିବା ସହୀଦ ମାନଙ୍କୁ ମନେ ପକାଇବା ସହିତ ସେମାନଙ୍କ ବଳିଦାନ ଅତୁଳନୀୟ ବୋଲି କହିଥିଲେ।ପୋଲିସ ସର୍ବଦା ଶାନ୍ତି, ସୁରକ୍ଷା ସହିତ ଜନ ସାଧାରଣ ଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିଛି। ପୋଲିସ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ନିମନ୍ତେ ଲୋକଙ୍କ ସହଯୋଗ ଆବଶ୍ୟକ । ଯାହାଫଳରେ ପୋଲିସ ସମାଜରେ ଜନସାଧାରଣଙ୍କୁ ଉତ୍ତମ ସେବା

ଯୋଗାଇପାରିବ । ପ୍ରତିଟି ପୋଲିସ କର୍ମଚାରୀ ଓ ଅଧିକାରୀ ମାନେ ନିଜର କର୍ତ୍ତବ୍ୟକୁ ସଠିକ ରୂପେ ପାଳନ କରିବା ଆବଶ୍ୟକ ବୋଲି ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ତାଙ୍କ ଅଭିଭାଷଣ ରେ କହିଥିଲେ ବ୍ରହ୍ମପୁର ଏସପି ।ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଥିବା ପୋଲିସ କନେଷ୍ଟବଳ, ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ବାରା ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ଏହି ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ବ୍ରହ୍ମପୁର ଏସପି । ଏହାପରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଠନ କରିଥିଲେ ଏସପି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମୋଟ ୯ ଜଣ ପୋଲିସ କନେଷ୍ଟବଳ, ହାବିଲଦାର, ଟ୍ରାଫିକ କନେଷ୍ଟବଳ, ପୋଲିସ ଅଧିକାରୀ ମାନଙ୍କୁ ବ୍ରହ୍ମପୁର ଏସପି ସମ୍ବର୍ଦ୍ଧିତ କରିଥିଲେ । ସେମାନେ ହେଲେ ଏସ ଏଇ ବିଭୁତି ସେଠି, ଏ ଏସ ଆଇ ବି. ତିରୁପତି, ହାବିଲଦାର ବ୍ରହ୍ମ ନାରାୟଣ ସାମନ୍ତରାୟ, କନେଷ୍ଟବଳ କୃଷ୍ଣ ଚନ୍ଦ୍ର ମହାକୁଡ଼, କନେଷ୍ଟବଳ ସନ୍ତୋଷ ବେହେରା, କନେଷ୍ଟବଳ କାହ୍ନl ଡାକୁଆ, ଟ୍ରାଫିକ କନେଷ୍ଟବଳ ଦେବେନ୍ଦ୍ର ରାଓ, ଓ ଡ୍ରାଇଭର ତପନ ରନସିଂହ ଙ୍କୁ ତାଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପରତା କୁ ନେଇ ସମର୍ଦ୍ଧନା କରିଥିଲେ ବ୍ରହ୍ମପୁର ଏସ ପି ଡାକ୍ତର ଶ୍ରାବଣ ବିବେକ ଏମ l କାର୍ଯ୍ୟକ୍ରମକୁ ଅତିରିକ୍ତ ଏସପି ରମେଶ ସେଠୀ ପରିଚାଳନା କରିଥିବା ବେଳେ ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
