ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ ମହୋତ୍ସବ ପାଳିତ

youtube

ଛତ୍ରପୁର : ଆଜି ପବିତ୍ର ଉତ୍କଳ ଦିବସ । ଓଡିଶା ଇତିହାସରେ ଏକ ଅବି ସ୍ମରଣୀୟ ଦିବସ । ପ୍ରତି ଓଡିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡିଶା ଜନ୍ମ ନେଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣୀ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପରି ଓଡିଶାର ଅନେକ ବରପୁତ୍ରମାନେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ । ଏହି ବୀରପୁତ୍ର ମାନଙ୍କ ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଦିନ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇ ପାରିଥିଲା ।

ଆଜି . ପୂର୍ବାହ୍ନରେ ଲୋୟର ବସ୍ ଷ୍ଟାଣ୍ଡ ଛତ୍ରପୁର ଠାରେ ଥିବା ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ବାର୍ ଆସୋସିଏସନ୍ ସାମ୍ନାରେ ଥିବା ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ପ୍ରତିମୂର୍ତ୍ତି, ଥାନା ସାମ୍ନାରେ ଥିବା ଭୂତପୂର୍ବ ମହାମହିମ ରାଷ୍ଟ୍ରପତି ଡଃ ଏ ପି ଜେ ଅବ୍ଦୁଲ୍ କାଲାମ ଙ୍କ ପ୍ରତିମୂର୍ତ୍ତି ଓ ଷ୍ଟାଡିୟମ୍ ପାର୍ଶ୍ବରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ଚାଖି ଖୁଣ୍ଟିଆ, ଜୟୀ ରାଜଗୁରୁ, ମା ରମାଦେବୀ, ବକ୍ସି ଜଗବନ୍ଧୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବାଜି ରାଉତ, ଡଃ ହରେକୃଷ୍ଣ ମହତାବ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଗୁଡିକ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଚଳିତ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏବଂ ଆଦର୍ଶ ଆଚରଣ ବିଧି ଅନୁଯାୟୀ ଏହି ଉତ୍ସବଟିକୁ ପାଳନ କରାଯାଇଥିଲା । ପରେପରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିକ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଙ୍ଗୀତ ଗାନ ପୂର୍ବକ ଓଡିଶା ପ୍ରଦେଶ ଗଠନର ମହାମନିଷୀଙ୍କ ତୈଳ ଚିତ୍ରରେ ଜିଲ୍ଲାପାଳ ଦିବ୍ୟଜ୍ଯୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଦେବବ୍ରତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଅନ୍ୟାନ୍ୟ ଅଧିକାରୀଗଣ ଓଡିଶା ପ୍ରଦେଶ ଗଠନର ମହାମନିଷୀ ମାନଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ, ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.