୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

add-all

ଫୁଲବାଣୀ : ଆଜି ସମଗ୍ର ରାଜ୍ୟରେ ପାଳିତ ହେଉଛି ଉତ୍କଳ ଦିବସ l ଏଥି ସହିତ ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ପରିସରରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ପାଳିତ ହୋଇଛି ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ । ପୋଲିସ ପକ୍ଷରୁ ଆର୍ମଡ ରିଜର୍ଭ ଇନ୍ସପେକ୍ଟର ବୀରସେନ ଶବର ଓ ସର୍ଜେଣ୍ଟଙ୍କ ନେତୃତ୍ବରେ ତିନି ପ୍ଲାଟୁନ ପୋଲିସ ଅତି ସୁନ୍ଦର ପ୍ୟାରେଡ ପ୍ରଦର୍ଶନ କରିଥିଲେ ଯାହା ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା । ଏହି ଅବସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ନିରୀକ୍ଷଣ କରିବା ସହ ଅଭିବାଦନ ଜଣାଇ ଥିଲେ l ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମାର ବରିଷ୍ଠ ଅଧିକାରୀ ତଥା ଡି ଏସ ପି ଲଲିତ କୁମାର ପଟ୍ଟନାୟକ ନିମନ୍ତ୍ରିତ ଅତିଥି କମାଣ୍ଡେଣ୍ଟ ଅଫିସର ୯୯ ବାଟାଲିୟନ, ଏସଡିପିଓ ବାଲିଗୁଡ଼ା , ଏସଡିପିଓ ଜି ଉଦୟଗିରି , ଏସଡିପିଓ ସଦର ଫୁଲବାଣୀ ସୁ ପ୍ରସନ୍ନ କୁମାର ମଲ୍ଲିକ, ଡି ଏସପି କନ୍ଧମାଳ,ଇନସପେକ୍ଟର କନ୍ଧମାଳ ଏସ୍ପି ଅଫିସ ଷ୍ଟାଫ୍,ଅବସର ପୋଲିସ କର୍ମଚାରୀଙ୍କ ସମେତ ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି,ଜିଲ୍ଳା ମିଡିଆ ଫୋରମ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସଦାଶିବ ପାତ୍ର, ବୈଦ୍ଯ ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଶ୍ରୀ ଦୀପ ବିଭିନ୍ନ ସ୍ତରରେ ଥିବା ବେଷ୍ଟ ବେଷ୍ଟ ହାବିଲଦାର ସୁଦର୍ଶନ କହଁର, ବେଷ୍ଟ ଏପି ଆର କନେଷ୍ଟଲ ଜିତେନ୍ଦ୍ର ବାଘ ,ବେଷ୍ଟ ଓ ଆର ଏସ କନେଷ୍ଟବଲ ବାବୁ ପ୍ରଧାନ, ବେଷ୍ଟ ଏ ଏସ ଆଇ ସ୍ଵାଇଁ ବାବୁ ପ୍ରମୁଖଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଷ୍ପ ଗୁଚ୍ଛ ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଛି।

ad-week
Leave A Reply

Your email address will not be published.