
ମାଲକାନଗିରି (କାଲିମେଳା) : ପବିତ୍ର ଉତ୍କଳ ଦିବସ ସାରା ରାଜ୍ୟରେ ବେଶ ଉତ୍ସାହ ର ସହ ପାଳନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳ ଦିବସକୁ ନିଆରା ଢଙ୍ଗରେପାଳନ କରାଯାଇଛି । ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର କାଲିମେଳା ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୯ ଘଟିକା ରେ ସମସ୍ତ ରୋଗୀ ଓ ଗର୍ଭବତୀ ମହିଳା ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ଫଳ ଓ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା । ଏହାସହ ରୋଗୀ ମାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଥିଲା ।
ଏହି ଅବସରରେ କାଲିମେଳା ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ମୁକ୍ତିକାନ୍ତ ମଲ୍ଲିକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ, କାଲିମେଳା ବ୍ଲକର ବରିଷ୍ଠ ସାମ୍ବାଦିକ ଦୁଃଶାସନ ମହାପାତ୍ର,ସିବ ସାହୁ,ସତ୍ୟନାରାୟନ ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହା ସହ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଦ୍ୟୁତ ବୈରାଗୀ, ବ୍ଲକ ସଭାପତି ରାଜେସ ଓଝା, ବ୍ଲକ ସମ୍ପାଦକ ଭିକି ବାରିକ,କୋଷାଧ୍ୟକ୍ଷ ସୌରଭ ମଣ୍ଡଳ ପ୍ରଭାତ ସାହା, ବୁଦ୍ଧ ଦେବ ମଣ୍ଡଳ, ଆଜାର ଉଦିନ, ଟି ସତ୍ୟ ନାରାୟଣ ସୁବୁଦ୍ଧି, ଶିବ ସାହୁ, ସନ୍ତୋଷ ପ୍ରଧାନ, ଅମଳ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।