ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ନିମନ୍ତେ ବିନା ଔଷଧରେ ଆରୋଗ୍ୟ ଶିବିର…

youtube


ଛତ୍ରପୁର, : ଛତ୍ରପୁର ରୋଟାରୀ କ୍ଲବ୍ ପରିସରରେ ରୋଟାରୀୟାନ୍ ତଥା ରୋଟାରୀ ସଭାପତି ନିରଞ୍ଜନ ପାତ୍ର ଙ୍କ ତତ୍ତ୍ଵାବଧାନରେ ଗତ ରବିବାର ଏକ ଦିନିକିଆ ବିନା ଔଷଧରେ ଆରୋଗ୍ୟ ଶିବିରର ଆୟୋଜିତ ହୋଇଯାଇଛି ।
ପ୍ରକାଶ ଥାଉକି, ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ଯଥା ଆଣ୍ଠୁ, ଗଣ୍ଠି, ବେକ, ଅଣ୍ଟା, ଅନ୍ୟ-ଅବୟବ ଗୁଡ଼ିକ ବିଭିନ୍ନ କାରଣରୁ ବ୍ଯଥା ଯନ୍ତ୍ରଣା ହୋଇଥାଏ, ଲୋକେ ପାରାଲିସ ଯନ୍ତ୍ରଣାରେ ମଧ୍ୟ ସଡ଼ିଥାଆନ୍ତି । ରୋଗୀମାନେ ଶାରୀରିକ ଯନ୍ତ୍ରଣା ଅନୁଭବ କରି ବହୁ କଷ୍ଟ ଭୋଗିଥାନ୍ତି ଏବଂ ଅନେକ ଲୋକ ଡାକ୍ତରଖାନା କୁ ଯାଇ ବହୁ ଅର୍ଥ ସାରି ଅନେକ ଗୁଡ଼ିଏ ଔଷଧ ଖାଇ ମଧ୍ୟ ଆଶୁ ଆରୋଗ୍ୟ ହୋଇପାରନ୍ତି ନାହିଁ ।
ଏଥି ନିମନ୍ତେ ବିନା ଔଷଧରେ ଏକ ଆରୋଗ୍ୟ ଶିବିର ଛତ୍ରପୁର ରୋଟାରୀ କ୍ଲବ୍ ପରିସରରେ ରବିବାର ଆୟୋଜିତ ହୋଇଥିଲା । ଏହି ଶିବିରରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଅବସ୍ଥାନ କରୁଥିବା ରେଫ୍ଲୋକ୍ସଲୋଜି ଶୁଭ୍ରକାନ୍ତ ପାଢ଼ୀ ଯୋଗଦେଇ ଏହି ଭଳି ଶାରୀରିକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ମୁତାବକ ଚିକିତ୍ସା ପ୍ରଣାଳୀ ବୁଝାଇଥିଲେ, ଯାହାକି ବିନା-ଔଷଧରେ ଯୋଗକ୍ରୀୟା ମାଧ୍ୟମ ପ୍ରଣାଳୀ ଉପରେ ଗୁରୁତ୍ୱାରୋପ କରି ବହୁ ରୋଗୀ ମାନଙ୍କୁ ଏହାକୁ ନିୟମିତ ଆଦରିବାକୁ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ । ଯାହାକି ଏହାର ସଫଳ ରୂପାୟନ ଉପରେ ବିଭିନ୍ନ ଶାରୀରିକ ଅବୟବ ଯନ୍ତ୍ରଣାକାରୀ ଙ୍କୁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ ।।

Leave A Reply

Your email address will not be published.