ସାମାନ୍ୟ ବଚସା କୁ ନେଇ ଯୁବକର ଭୁଜାଲିରେ ଆକ୍ରମଣ…

youtube

ଦୁଇ ଯୁବକ ଗୁରୁତର, ସହରରେ ଚାପା ଉତ୍ତେଜନା..!

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଗୁପ୍ତେଶ୍ୱର ମେଳାରେ ଗତ କାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ! ଜଣେ ଯୁବକ ତା ପରିବାର ସହ ମେଳା ରେ ବୁଲୁ ଥିବା ସମୟରେ କୌଣସି କାରଣକୁ ନେଇ ଅନ୍ୟ ଏକ ଯୁବକଙ୍କ ସହ ବଚସା ହୋଇଥିଲା ! ଉକ୍ତ ସମୟରେ ମେଳା ରେ ଥିବା ଜନସାଧାରଣ ମାମଲା କୁ ଶାନ୍ତ

କରାଇଥିଲେ ! ନିର୍ଦ୍ଧାରୀତ ସମୟରେ ମେଳା ବନ୍ଦ ହେବା ପରେ ଜଣେ ଯୁବକ ଅନ୍ୟ କେତେକ ସାଥି ଯୁବକଙ୍କୁ ନେଇ, ପରିବାର ସହ ମେଳା ବୁଲି ଆସିଥିବା ଯୁବକ ଓ ତାଙ୍କ ସାଥି ଙ୍କୁ ଭୁଜାଲି ରେ ଅଚାନକ ମରଣାନ୍ତକ ଆକ୍ରମଣ କରିଥିଲେ ! ଏହା ପରେ ମେଳା ରେ ଚାପା ଉତ୍ତେଜନା ସ୍ରୁଷ୍ଟି ହେବା ସହ ଗୁରୁତର ଦୁଇ ଯୁବକଙ୍କୁ ସ୍ଥାନୀୟ ଜନସାଧାରଣ ସହାୟତାରେ ବୀରମିତ୍ରପୁର ସରକାରୀ ଡାକ୍ତରଖାନା କୁ ନେଇଥିଲେ ! କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ! ଗୁରୁତର ଯୁବକଙ୍କ ସାଙ୍ଗ ସାଥି ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଏ ନେଇ ବୀରମିତ୍ରପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ଅନ୍ୟପଟେ ଭୁଜାଲି ରେ ଆକ୍ରମଣ କରିଥିବା ଯୁବକ ଘଟଣା ସ୍ଥାନରୁ ଫେରାର୍ ଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଥିବା ଦେଖିବାକୁ ମିଳିଛି

Leave A Reply

Your email address will not be published.