ରୋଚକ ସ୍ଥିତିରେ ଆସିକା ରାଜନୀତି : ବିଜେପି ରୁ ଇସ୍ତଫା ଦେଲେ ଆସିକା ର ପୂର୍ବତନ ବିଧାୟକ ଦେବରାଜ ମହାନ୍ତି….

add-all



ଵ୍ରହ୍ମପୁର: ୨-୪ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସିକା ଏବେ ରୋଚକ ସ୍ଥିତିରେ ରହିଛି।ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ବିଜେପି ର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ଆସିକା ରୁ ସରୋଜ ପାଢ଼ୀଙ୍କୁ ବିଜେପି ଟିକେଟ ଦେବା ପରେ ଦେବରାଜ ମହାନ୍ତି ଇସ୍ତଫା ଦେଇଛନ୍ତି। ଗତ ୨୦୧୯ ନିର୍ବାଚନ ରେ ବିଜେପି ସରୋଜ ପାଢ଼ୀଙ୍କ ନାମ ଘୋଷଣା କରିବା ପରେ ପୁଣି ତାଙ୍କୁ ବାଦ ଦେଇ ଦେବରାଜ ମହାନ୍ତି ଙ୍କୁ ଟିକେଟ ଦେଇ ବିଜେଡ଼ି କୁ ଟକ୍କର ଦେଇଥିଲା। ଏଥର ପୁଣି ଆଜି ସରୋଜ ପାଢ଼ୀଙ୍କୁ ଟିକେଟ ଦେଇ ଆସିକା ରେ ବିଜେଡ଼ିର ଥିବା ଗୋଷ୍ଟି କନ୍ଦଳ ର ଫାଇଦା ନେବାକୁ ବିଜେପି ସରୋଜ ଙ୍କ ଉପରେ ଭରସା କରିଛି। ଆସିକା ରେ ସରୋଜ ପାଢ଼ୀଙ୍କୁ ବିଜେପି ଟିକେଟ ଦେବା ପରେ ପରେ ଦେବରାଜ ମହାନ୍ତି ଇସ୍ତଫା ଦେଇଛନ୍ତି। ବିଜେପି ର ଆଉ ଅନ୍ୟ ପୁରୁଖା ନେତା ମାନେ ଇସ୍ତଫା ଦେବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସର୍ବ ପ୍ରଥମ ବିଜିପି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏପଟେ ଆସିକା ର ତିନିଥର ର ବିଧାୟକ ତଥା ବିଜେପି ର କାର୍ଯ୍ୟ କରଣୀ ସଦସ୍ୟ ଥିଲେ ଦେବରାଜ ମହାନ୍ତି। ସେ ଇସ୍ତଫା ଦେବା ପରେ ଆସିକା ରେ ଏବେ ରାଜନୈତିକ ମାହୋଲ ସରଗରମ ହୋଇଛି। ବିଜେଡ଼ି ର ଆଶାୟୀ ଥିବା ନେତା ଠାରୁ ଆରମ୍ଭ କରି କର୍ମୀ ମାନେ ଦେବରାଜ ମହାନ୍ତି ଙ୍କ ଗତିବିଧି ଉପରେ ନଜର ରଖିଥିବା ଚର୍ଚ୍ଚା ହେଉଛି। ଆସିକା ରେ ବିଜେଡ଼ି ର ଗୋଷ୍ଟି କନ୍ଦଳ ର ଫାଇଦା ଏବେ ବିଜେପି କୁ ନା ବିଧାୟିକା ବିରୋଧୀ ଗୋଷ୍ଟି ନେଉଛନ୍ତି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.