ବିନା ସର୍ତ୍ତରେ କ୍ଷମା ମାଗିଲେ ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ

add-all

ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ । ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ତେବେ ଉଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ। ଆପଣଙ୍କ ଦୁଃଖ ପ୍ରକାଶ କରିବା ତରିକାକୁ ଆମେ ମଞ୍ଜୁରୀ କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ରାମଦେବ ବାବା ଓ ପତଞ୍ଜଳିର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ହାଜର ହୋଇଥିଲେ। ତେବେ ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ ହାତ ଯୋଡି କ୍ଷମା ମାଗିଥିବା ଜଣାପଡ଼ିଛି। ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, ‘ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି। ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ।’

କୋର୍ଟର ପ୍ରକ୍ରିୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆମେ ଦୁହିଁଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିପାରିବୁ ନାହିଁ। ନଭେମ୍ବର ୨୧ରେ କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ୨୪ଘଣ୍ଟା ମଧ୍ୟରେ ରାମଦେବ, ବାଲକୃଷ୍ଣା ଏବଂ ପତଞ୍ଜଳି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ​​ଏବଂ ସେପଟେ ପତଞ୍ଜଳି ବିଜ୍ଞାପନ ଛାପି ଚାଲିଥିଲା। ଏହା ହେଉଛି ଦେଶର ସବୁଠାରୁ ବଡ ଅଦାଲତ। ଆପଣ କିପରି ଆଇନ ଉଲ୍ଲଂଘନ କଲେ …? ଆପଣ କୋର୍ଟକୁ ଆଫିଡେଭିଟ୍‌ ଦେବା ପରେ ମଧ୍ୟ ନିୟମ ଉଲ୍ଲଂଘନ କରିଛନ୍ତି। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁପ୍ରିମକୋର୍ଟ କଡା ଭାଷାରେ କହିଛନ୍ତି। 

ଖଣ୍ଡପୀଠ ଏଭଳି କହିବା ପରେ ନିଜର ସବୁ ଭୁଲ ସ୍ୱୀକାର କରି କ୍ଷମା ମାଗିଛନ୍ତି ବାବା ରାମଦେବ। ଏହା ସହ ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। 

ad-week
Leave A Reply

Your email address will not be published.