ଓଡ଼ିଶାର ୮ ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ବର: ଓଡ଼ିଶାର ୮ ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁଶେଖର ମିଶ୍ର, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ସରବଣା ବିବେକ ଏମ୍‌, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଯୁଗଳ କିଶୋର ବନୋଥ୍, ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ କୱଁର ବିଶାଲ ସିଂହ ଏବଂ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇବାକୁ କୁହାଯାଇଛି।

ad-week
Leave A Reply

Your email address will not be published.