ଭୋଟର ଭୋଟବର୍ଜନ କରିବା ନେଇଁ ଏକ ବିଶାଳ ଶୋଭାଯାତ୍ରା

add-all


ଉମରକୋଟ : ଆଜି ଉମରକୋଟ ପୌର ପରିଷଦ ବସ୍ତି ବାସିନ୍ଦା ମହାସଂଘ ତରପରୁ ଉମରକୋଟ ସହରରେ ଚନ୍ଦାହାଣ୍ଡି, ଝରୀଗାଁ, ରାଇଘର, ଡାବୁଗାଁରୁ ସହ ସହ କର୍ମକର୍ତ୍ତା ଓ ଭୋଟର ମାନଙ୍କୁ ଆବାହନ କରି ୩ଦଫା ଦାବି ନେଇଁ ଏକ ବିଶାଳ ଶୋଭା ଯାତ୍ରା ବାହାର କରିଥିଲେ, ବହୁ ଦିନ ଧରି ଉମରକୋଟ ସହରରେ ବସବାସ କରିଆସୁଥିବା ଜନତା, ଦଖଲ ଜାଗା ଜମିର ପଟ୍ଟା ଦାବି କରିଆସୁଥିଲେ, ଏବଂ ଦଖଲ ଜଙ୍ଗଲ ଜମିର ପଟ୍ଟା ଯୋଗାଇ ଦେବା, ଓ ଜବର ଦଖଲ ନାମରେ ମନ ଇଚ୍ଛା ଫାଇନ ଟଙ୍କା ଆଦାୟ କରିବା ନେଇଁ ପ୍ରଶାସନଙ୍କୁ ଦାବି କରି ଆସୁଥିଲେ | କିନ୍ତୁ ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲେ, ଏମିତିକି ଏମଏଲଏ ଏମପି ମଧ୍ୟ ଏ ବିଷୟରେ ତତ୍ପର ଦେଖାଇଲା ନାହିଁ, ଯାହା ଫଳରେ ଉମରକୋଟ ପୌର ପରିଷଦ ବସ୍ତି ବାସିନ୍ଦା ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଲେ | ଅତି ଦୁଃଖଓ ବେଦନା ନେଇଁ ଏକ ବିଶାଳ ଶୋଭା ଯାତ୍ରା ବାହାର କରି ଭୋଟ ବର୍ଜନ କରିବ ବୋଲି ସ୍ଲୋଗାନ ଦେଇଥିଲେ, ଏବଂ ଜିଲ୍ଲା ପାଳଙ୍କ ଉଦ୍ୟେଶରେ ସ୍ଥାନିୟ ତହସିଲଦାର, ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି, ଏବଂ ସରକାରଙ୍କୁ ଚେତାବନୀ ଦେଇ ସ୍ଲୋଗାନ ଦେଇଛନ୍ତି ପଟ୍ଟା ନାହିଁ ତୋ ଭୋଟ ନାହିଁ |

ad-week
Leave A Reply

Your email address will not be published.