ପାରିଜାତ କଲ୍ୟାଣମଣ୍ଡପଠାରେ ସପ୍ତାହ ବ୍ୟାପି ଭାଗବତ କଥାମୃତ ମହୋତ୍ସବ

add-all

ଫୁଲବାଣୀ : ଇସକନ ସୋସାଇଟି ଫୁଲବାଣୀ ପକ୍ଷରୁ ପାରିଜାତ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ସପ୍ତାହ ବ୍ୟାପୀ ଭାଗବତ କଥାମୃତ ମହୋତ୍ସବ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୭ଟା ଠାରୁ ଆରମ୍ଭ ହେଉଛି। ମନୁଷ୍ୟ ନିଜର।କର୍ମ ମୟ ଜୀବନରୁ କିଛି ସମୟ ବାହାର କରି ଶ୍ରୀକୃଷ୍ଣଙ୍କ ନାମ ଶ୍ରବଣ ଓ କୀର୍ତ୍ତନ କରିବା ପାଇଁ ଆଧ୍ୟାତ୍ମିକ ଅନୁଷ୍ଠାନ ଇସକନ ପକ୍ଷରୁ ଫୁଲବାଣୀ ପାରିଜାତ କଲ୍ୟାଣ ମଣ୍ଡପଠାରେ ଭାଗବତ କଥା ମହୋତ୍ସବ ଅନୁଷ୍ଠିତ ହୋଇଛି।୧୦୮ କଳସ ଶୋଭାଯାତ୍ରା ଓ ନଗର ସଂକୀର୍ତ୍ତନ ମାଧ୍ୟମରେ ଭକ୍ତଙ୍କ ଦ୍ୱାରା ନଗର ପରିକ୍ରମା କରି ଏହି ସପ୍ତାହ ବ୍ୟାପି ଭାଗବତ କଥା ମହୋତ୍ସବର ଶୁଭାରମ୍ଭ କରାଯାଇଛି। ସୂଦୂର ରିଷିକେଶରୁ ହଳଧର ସ୍ୱାମୀ ମହାରାଜ ଯୋଗ ଦେଇ ପ୍ରବଚନ ମାଧ୍ୟମରେ ଭାଗବତକଥାମୃତ ପରିବେଷଣ କରୁଛନ୍ତି। ଜୀବମାନେ ମୃତ୍ୟୁ ନିଶ୍ଚିତ ତେଣୁ ମନୁଷ୍ୟ ମିଛ ମାୟା ମୋହରୁ ବାହାରି ହରି ନାମ ସ୍ମରଣ କଲେ ମୁକ୍ତି ପାଇ ପାରିବ ବୋଲି ଆଶା କରାଯାଉଛି l

ad-week
Leave A Reply

Your email address will not be published.