ମାଲକାନଗିରି ଜିଲ୍ଲା ପୋଲିସଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

add-all

ମାଲକାନଗିରି : ମାଲକାନଗିରି ଏସପି ନିତେସ ୱାଧୱାନି ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାନ୍ତ ରେ ଥିବା ଦୟାଲତୁଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଙ୍କ ଗତିବିଧି ସହ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଡିଭିଏଫ ବାହିନୀ ଓ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ମିଳିତ ରୂପେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ ମାଓବାଦୀ ଙ୍କ ଦ୍ଵାରା ମାଟି ତଳେ ଲୁଚାଇ ରଖା ଯାଇଥିବା ବିପୁଳ ସାମଗ୍ରୀ କୁ ଯବାନ ମାନେ ଠାବ କରିଥିଲେ । ଯେଉଁଥିରେ ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଡି ବୋମା, ୭କେଜି ଓଜନର ୫ଟି ଆଇଡି ବୋମା, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଡି ବୋମା, ୩କେଜି ଓଜନର ୩ଟି ଆଇଡି ବୋମା ସହ କିଛି ମାଓ ସାମଗ୍ରୀ ଜବତ ହୋଇଥିଲା । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ କୁ ଆହୁରି ଅଧିକ ଜୋରଦାର କରାଯାଇଛି ।

ad-week
Leave A Reply

Your email address will not be published.