5-T ଅଧ୍ୟକ୍ଷଙ୍କ ସୁରକ୍ଷା ସଂପର୍କିତ RTI କପିକୁ ଫେକ୍ କହିଲେ ସିପି

add-all

ଭୁବନେଶ୍ବର: 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସୁରକ୍ଷା ସଂପର୍କିତ RTI କପିକୁ ଜାଲ୍ ବୋଲି କହିଛନ୍ତି ପୁଲିସ କମିଶନର ସଞ୍ଜିବ ପଣ୍ଡା। ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି- ଆମ ପକ୍ଷରୁ ଏଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇନି।

ସୂଚନା ଅଧିକାର କର୍ମୀ ଫେକ୍ ଡକ୍ୟୁମେଣ୍ଟ ଦେଖାଇ ପ୍ରେସମିଟ୍ କରିଥିଲେ। ସୂଚନା ଅଧିକାର କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ କର୍ମଚାରୀଙ୍କ ସହ ଗୋଟିଏ ଗାଡ଼ି ମଧ୍ୟ ଗୃହ ବିଭାଗ ଯୋଗାଇ ଦେଇଥିବା RTI ତଥ୍ୟ ମିଳିଥିବା ରାଜ୍ୟ ସୂଚନା ଅଧିକାରଅଭିଯାନ – ଓସା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

ଏ ତଥ୍ୟ କମିଶନରେଟ୍ ପୁଲିସର ରିଜର୍ଭ ପୁଲିସ ଅଫିସ୍ ରୁ ମିଳିଥିବା ଦର୍ଶାଇଥିଲା ଓସା। ତେବେ ସେଭଳି କୌଣସି ଡକ୍ୟୁମେଣ୍ଟ ଦିଆଯାଇ ନାହିଁ ବୋଲି ଆଜି ସିପି ସ୍ପଷ୍ଟ କରିଛନ୍ତି। ସେପଟେ ପୁଲିସ ରୁଜୁ କରିଥିବା ମାମଲାକୁ ଚକ୍ରାନ୍ତ କହିଲେ RTI କର୍ମୀ।

ad-week
Leave A Reply

Your email address will not be published.