ବିଜେପି ନେତା ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର୍‌, ଲଢ଼ିବେନି ନିର୍ବାଚନ

add-all

ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର। ସେ ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି। ଏନେଇ ସେ ଖୋଦ୍‌ ଆଜି ସୂଚନା ଦେଇଛନ୍ତି।

ସୋଶାଲ ମିଡ଼ିଆ ଆକାଉଣ୍ଟ Xରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, ‘ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ, ଏକଥା ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି। ତେଣୁ ଲୋକସଭା ନିର୍ବାଚନ ମୁଁ ଲଢ଼ିପାରିବି ନାହିଁ। ଏଥିରେ ମୁଁ କିଛି କରିପାରିବି ନାହିଁ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି। ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।’

ବିହାର ବିଜେପିର ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା ସୁଶୀଲ ମୋଦି। ବିହାରର ଡେପୁଟି ସିଏମ୍ ହେବା ବ୍ୟତୀତ ସୁଶୀଲ କୁମାର ମୋଦି ରାଜ୍ୟସଭା ସାଂସଦ ମଧ୍ୟ ରହି ସାରିଛନ୍ତି। ତେବେ ଚଳିତ ବର୍ଷ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇ ନାହିଁ। ୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ଟି ଗୃହର ସଦସ୍ୟ ରହି ସାରିଛନ୍ତି। ୫ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି।

ad-week
Leave A Reply

Your email address will not be published.