ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

add-all

ଭୁବନେଶ୍ବର: ବିଜୁ ଜନତା ଦଳ ତୃତୀୟ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଟିକେଟ୍‌ ଘୋଷଣା କରିଛନ୍ତି। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍‌ ମିଳିଛି। ଭଦ୍ରକରେ ମଂଜୁଲତା ମଣ୍ଡଳ, ବରଗଡ଼ରେ ପରିଣୀତା ମିଶ୍ର, ବ୍ରହ୍ମପୁରରେ ଭୃଗୁ ବକ୍ସିପାତ୍ର ଓ କେନ୍ଦୁଝର ଧନୁର୍ଜୟ ସିଦ୍ଧୁଙ୍କୁ ବିଜେଡି ଟିକେଟ୍‌ ଦେଇଥିବା ବେଳେ ବାଲେଶ୍ବର ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହିଁ।

ସୂଚନାଯୋଗ୍ୟ ବିଜେଡି ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ଭୁବନେଶ୍ବର ଲୋକସଭା କ୍ଷେତ୍ରରୁ ମନ୍ମଥ ରାଉତରାୟ ଟିକେଟ ପାଇଛନ୍ତି। କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଅବିନାଶ ସାମଲ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରୁ ଲମ୍ବୋଦର ନିଆଳ, ନବରଂଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ କୌଶଲ୍ୟା ହିକ୍‌କା, କନ୍ଧମାଳରୁ ଅଚ୍ୟୁତ ସାମଲ, ଆସିକାରୁ ରଂଜିତା ସାହୁ, ପୁରୀରୁ ଅରୂପ ପଟ୍ଟନାୟକ, ଜଗତସଂହପୁରରୁ ରାଜଶ୍ରୀ ମଲ୍ଲିକ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି ଓ ଯାଜପୁରରୁ ଶର୍ମିଷ୍ଠା ସେଠୀ ବିଜେଡି ଟିକେଟରେ ନିର୍ବାଚନ ଲଢୁଛନ୍ତି।

ad-week
Leave A Reply

Your email address will not be published.