ଓ୍ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ

add-all

କେରଳର ଓ୍ୱାୟନାଡରୁ ନାମଙ୍କନ ଦାଖଲ କଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ଶୋ’ କରିବା ପରେ ବିଶାଳ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ରାହୁଲ।

ତେବେ ନାମାଙ୍କନ ଦାଖଲ ପୂର୍ବରୁ ଲୋକଙ୍କୁ ସମ୍ବୋଧନ କରି ରାହୁଲ କହିଥିଲେ, ‘ମୁଁ ୱାୟନାଡକୁ ୫ ବର୍ଷ ପୂର୍ବେ ଆସିଥିଲି। ସେହି ସମୟରେ ମୁଁ ଏଠାରେ ନୂଆ ଥିଲି। ଆଶା କରୁଛି ଆପଣଙ୍କ ପରିବାରର ମୁଁ ଅଂଶ ହୋଇପାରିବି। ଏହା କୌଣସି ରାଜନୈତିକ ବିବୃତ୍ତି ନୁହେଁ।’

ସେ ଆହୁରି କହିଥିଲେ, ‘ୱାୟନାଡରୁ ସାଂସଦ ହେବା ମୋ ପାଇଁ ଗର୍ବର ବିଷୟ। ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଶିଖିବାକୁ ମିଳିଛି। ଏଠାରେ ଅନେକ ସମସ୍ୟା ରହିଛି । ସବୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ଯେତେବେଳେ କେନ୍ଦ୍ର ଓ କେରଳରେ ଆମ ସରକାର ହେବ ସେତେବେଳେ ସବୁ ସମସ୍ୟାର ସମାଧାନ ହୋଇପାରିବ। ୟୁଡିଏଫ ଏବଂ ଏଲଡିଏଫ ମୋ ପରିବାର ଭଳି।’

୨୦୧୯ ନିର୍ବାଚନରେ ପ୍ରାୟ ୫ ଲକ୍ଷ ଭୋଟ ବ୍ୟବଧାନରେ ଏଠାରୁ ବଡ଼ ବିଜୟ ହାସଲ କରିଥିଲେ ରାହୁଲ। ଏଥିର କିନ୍ତୁ ଓ୍ୱାୟନାଡକୁ ହାସଲ କରିବା ରାହୁଲଙ୍କ ପକ୍ଷେ ସହଜ ହେବ ନାହିଁ। ସିପିଆଇ ପକ୍ଷରୁ ଡି ରାଜାଙ୍କ ପତ୍ନର ଆନ୍ନି ରାଜାଙ୍କୁ ଓ୍ୱାୟନାଡରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କେ ସୁରେନ୍ଦ୍ରନ୍‌ ମୈଦାନକୁ ଓହ୍ଲାଇବେ। ଏଠାରେ ତ୍ରିକୋଣୀୟ ଲେଢ଼ଇ ଦେଖିବାକୁ ମିଳିବ। ଆସନ୍ତା ଏପ୍ରିଲ ୨୬ ରେ ୱାୟନାଡ ଆସନରେ ଭୋଟିଂ ହେବ।

ad-week
Leave A Reply

Your email address will not be published.