ସାଂସଦ ନବନୀତ ରାଣାଙ୍କୁ ମିଳିଲା ଆଶ୍ୱସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ରଦ୍ଦ

add-all

ମୁମ୍ବାଇ : ସାଂସଦ ନବନୀତ କୌର ରାଣାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଜାତିଗତ ପ୍ରମାଣ ପତ୍ର ମାମଲାରେ ସୁପ୍ରିମ କୋର୍ଟ ଅମରାବତୀ ସାଂସଦ ନବନୀତ ରାଣାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବମ୍ବେ ହାଇକୋର୍ଟ ଦେଇଥିବା ତାଙ୍କ ଜାତି ପ୍ରମାଣ ପତ୍ର ରଦ୍ଦ ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ରଦ୍ଦ କରି ଦେଇଛନ୍ତି।
୮ ଜୁନ୍‌ ୨୦୨୧ରେ ବମ୍ବେ ହାଇକୋର୍ଟ କହିଥିଲେ, ‘ଫେକ୍ ଡକ୍ୟୁମେଣ୍ଟ ବ୍ୟବହାର କରି ହେରଫେର କରି ନବନୀତ ମୋଚି ଜାତିର ପ୍ରମାଣ ପତ୍ର ହାସଲ କରିଛନ୍ତି। ରେକର୍ଡରୁ ଜଣାପଡିଛି ଯେ, ସେ ସିଖ-ଚାମର ଜାତିର ଅଟନ୍ତି।’ ଏହା କହି ବମ୍ବେ ହାଇକୋର୍ଟ ତାଙ୍କ ଜାତିଗତ ପ୍ରମାଣ ପତ୍ରକୁ ରଦ୍ଦ କରିଦେଇଥିଲେ। ଏଥିସହ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ। ବମ୍ବେ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ନବନୀତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି।
ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ମହାରାଷ୍ଟ୍ରର ଅମରାବତୀ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ଏହି ସ୍ୱାଧୀନ ସାଂସଦ। ଏବେ ସୁପ୍ରିମକୋର୍ଟରୁ ନବନୀତଙ୍କୁ ଆଶ୍ୱସ୍ତି ମିଳିବା ପରେ ଲୋକସଭା ନିର୍ବାଚନ ପାଇଁ ଅମରାବତୀ ଆସନରୁ ନାମାଙ୍କନ ଭରିବା ପାଇଁ ତାଙ୍କ ରାସ୍ତା ସଫା ହୋଇଯାଇଛି।

ad-week
Leave A Reply

Your email address will not be published.