ଜେଲରୁ ନିର୍ଦ୍ଦେଶ ପଠାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ବିଧାୟକମାନଙ୍କୁ ପଢ଼ି ଶୁଣାଇଲେ ପତ୍ନୀ

add-all

ନୂଆଦିଳ୍ଲୀ : ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ଚିଠି ବିଧାୟକ ଓ ଦଳୀୟ ନେତାମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଏହି ଚିଠିକୁ କେଜ୍ରିୱାଲଙ୍କ ପତ୍ନୀ ସୁନିତା ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ସମସ୍ତ ବିଧାୟକମାନଙ୍କୁ ପଢ଼ି ଶୁଣାଇଛନ୍ତି।
ଉକ୍ତ ଚିଠିରେ କେଜ୍ରିୱାଲ ଆପ୍‌ ବିଧାୟକମାନଙ୍କୁ ଦୈନିକ ସେମାନଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକମାନେ ଭୋଗୁଥିବା ସମସ୍ୟାର ସାମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁନିତା ଚିଠି ପଢ଼ୁଥିବା ବେଳେ ତାଙ୍କ ବ୍ୟାକଗ୍ରାଉଣ୍ଡରେ କେଜ୍ରିୱାଲ ଜେଲରେ ଥିବା ଗୋଟିଏ ଫଟୋ ରହିଛି। ଦୁଇ ପାର୍ଶ୍ୱରେ ପୂର୍ବଭଳି ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଅଛି।
କେଜ୍ରିୱାଲ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କୁ ଜେଲରେ ବନ୍ଦୀ କରି ରଖାଯାଇଛି। ଏହି କାରଣ ପାଇଁ ଦିଲ୍ଲୀର ୨ କୋଟି ଲୋକ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ ବୋଲି ସେ ଆଦୌ ଚାହାନ୍ତି ନାହିଁ। ତେଣୁ ବିଧାକୟମାନେ ପ୍ରତିଦିନ ନିଜ ନିଜ ନିର୍ବାଚନୀ ମଣ୍ଡଳୀର ଗସ୍ତ କରନ୍ତୁ।
ସେଠାରେ ଲୋକମାନେ ଭୋଗୁଥିବା ସମସ୍ୟାର ସାମାଧାନ କରନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି। ସୁନିତାଙ୍କ ଭିଡିଓ ବାର୍ତ୍ତା ଗୋଟିଏ ମିନିଟରୁ ସାମାନ୍ୟ ଅଧିକ ରହିଥିଲା।
ମାର୍ଚ୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ କରିଥିଲା। ଏହାପରେ ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇଥିଲା। ଶେଷରେ ଏପ୍ରିଲ ୧ରୁ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ତିହାର ଜେଲକୁ ପଠାଇ ଦେଇଛନ୍ତି।

ad-week
Leave A Reply

Your email address will not be published.