ଶିକାରୀ କ୍ୟାମ୍ପ ଠାବ, ମାରଣାସ୍ତ୍ର ସହ ସମ୍ବର ମୁଣ୍ଡ ଓ ମାଂସ ଜବତ

add-all

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା। ସୁଡୃକୁମ୍ପା ରେଞ୍ଜର ଡଙ୍ଗା ସରଂକ୍ଷିତ ଜଙ୍ଗଲରୁ ୭ ଜଣିଆ ଶିକାରୀ ଗ୍ୟାଙ୍ଗ ସହ କ୍ୟାମ୍ପକୁ ଠାବ କରିଛି ବନବିଭାଗ। ସେଇ କ୍ୟାମ୍ପରୁ ଶିକାରୀଙ୍କ ସରଞ୍ଜାମ ସହିତ ମୃତ ସମ୍ୱରର ଗୋଟିଏ ମୁଣ୍ଡ ଓ ମାଂସ ଜବତ କରିବା ସହିତ ଜଣକୁ ଗିରଫ କରିଛି ବନବିଭାଗ। ଗିରଫ ହୋଇଥିବା ଶିକାରୀଙ୍କ ନାମ ରମେଶ ଭାଙ୍ଗରା ତାଙ୍କ ଘର ସମ୍ବଲପୁର ଜିଲ୍ଲାରେ।
ଡ଼ଙ୍ଗା ସରଂକ୍ଷିତ ଜଙ୍ଗଲରେ ବାହାର ଜିଲ୍ଲାର ଶିକାରୀ ମାନେ ଆସି କ୍ୟାମ୍ପ ପକାଉଛନ୍ତି। ଜଙ୍ଗଲ ଭିତରେ ବନ୍ୟ ଜନ୍ତୁ ଶିକାର କରୁଥିବା ନେଇଁ ବନବିଭାଗକୁ ଖବର ମିଳିଥିଲା। ଆଜି ସୁଡୃକୁମ୍ପା ରେଞ୍ଜର ପାଟ୍ରୋଲିଂ ଟିମ ସଙ୍ଗେ ସଙ୍ଗେ ସେହି ଜଙ୍ଗଲକୁ ଯାଇ ଶିକାରୀ ମାନଙ୍କୁ ଖୋଜିଥିଲେ। କିଛି ସମୟ ଖୋଜିବା ପରେ ଶିକାରୀ ମାନଙ୍କ କ୍ୟାମ୍ପକୁ ଠାବ କରିଥିଲେ। ସେଠାରୁ ଗ୍ୟାଙ୍ଗର ମୁଖ୍ୟ ଶିକାରୀକୁ ଗିରଫ କରିଥିଲା ବନବିଭାଗ। ଅନ୍ୟ ଶିକାରୀ ମାନେ ଜଙ୍ଗଲରୁ ଫେରାର ହୋଇଯାଇଥିଲେ।
ଶିକାରୀଙ୍କ କ୍ୟାମ୍ପକୁ ଯାଞ୍ଚକଲାବେଳେ ଶମ୍ବରର ମୁଣ୍ଡ, ୪ କିଲୋ ଶମ୍ବର ମାଂସ, ଗୋଟିଏ ମୃତ ମାଙ୍କଡ଼ ଏହା ସହିତ କ୍ୟାମ୍ପରୁ ୧୫ଟି ଟାଙ୍ଗିଆ, ୫ଟି ଛୁରୀ ଓ ୪ଟି ଜାଲକୁ ପାଟ୍ରୋଲିଂ ଟିମ ଜବତ କରିଥିଲା। ଅତିଶୀଘ୍ର ଫେରାର ଶିକାରୀ ମାନଙ୍କୁ ଗିରଫ କରାଯିବ ବୋଲି ଫୁଲବାଣୀ DFO ପ୍ରଶାନ୍ତ ପଟେଲ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.