ତୃତୀୟ ପର୍ଯାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

add-all

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ ରେଙ୍ଗାଲି ପାଇଁ ସୁଦର୍ଶନ ହରିପାଲ, ରାଉରକେଲା ପାଇଁ ଶାରଦା ନାୟକ, ବୀରମିତ୍ରପୁର ପାଇଁ ରୋହିତ ଯୋଶେଫ ତିର୍କୀ, କେନ୍ଦୁଝର ପାଇଁ ମୀନା ମାଝୀ, ରାଇରଂଗପୁର ପାଇଁ ରାଇସିଂ ମୁର୍ମୁ, ବାଲେଶ୍ବର ପାଇଁ ସ୍ବରୂପ ଦାସ, କଟକ-ବାରବାଟୀ ପାଇଁ ପ୍ରକାଶ ବେହେରା, ସାଲେପୁର ପାଇଁ ପ୍ରଶାନ୍ତ ବେହେରାଙ୍କୁ ଓ ଜୟଦେବ ପାଇଁ ନବକିଶୋର ମଲ୍ଲିକଙ୍କୁ ଟିକେଟ୍ ଦେଇଛନ୍ତି।

ସୂଚନାଯୋଗ୍ୟ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ସେହିପରି ଦଳ ଦ୍ବିତୀୟ ପର୍ଯ୍ୟାୟରେ ୨୭ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା। ତେବେ ୩ଟି ପର୍ଯ୍ୟାୟରେ ମୋଟ୍ ୧୦୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଏବେ ବାକି ୩୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାର ବାକି ଅଛି। ତେଣୁ ଏହି ୩୯ଟି ଆସନରେ କାହାକୁ ଦଳୀୟ ଟିକେଟ୍ ମିଳିବ ସେନେଇ ଦ୍ବନ୍ଦ୍ବ ଦେଖାଯାଇଛି।

ad-week
Leave A Reply

Your email address will not be published.