ଚୁରୁ କହି ସାରିଛି ୪ ଜୁନ୍‌ରେ ୪୦୦ ପାର୍‌

add-all

ବର୍ତ୍ତମାନ ଯେଉଁ ସବୁ ବିକାଶ ହୋଇଛି, ତାହା କେବଳ ଟ୍ରେଲର। ପୂରା ଫିଲ୍ମ ବାକି ଅଛି। ଯାହା ମୋଦି କରିଛନ୍ତି ତାହା କେବଳ ଆପେଟାଇଜର। ଏବେ ପୂରା ଖାଦ୍ୟ ଥାଳି ଆସିବା ବାକି ଅଛି। ଆଖିରେ ଆଖିଏ ସ୍ୱପ୍ନ ଅଛି। ଦେଶକୁ ବହୁତ ଆଗକୁ ନେବାର ଅଛି। ଚୁରୁ କହି ସାରିଛି ୪ ଜୁନ୍‌ରେ ୪୦୦ ପାର୍‌। ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗତ ୪ ଦିନରେ ଦ୍ୱିତୀୟ ଥର ପାଇଁ ଆଜି ରାଜସ୍ଥାନ ଯାଇଛନ୍ତି ମୋଦି। ଲୋକସଭା ନିର୍ବାଚନ ପାଇଁ ରାଜସ୍ଥାନର ଚୁରୁ ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରିଛନ୍ତି। ଏହି ସମୟରେ କରୋନା ବେଳେ ଦେଶରେ ଦେଖାଦେଇଥିବା ଆର୍ଥିକ ବାଧକକୁ ଭାରତ ଖୁବ ଶୀଘ୍ର ସୁଧାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାରା ବିଶ୍ୱ ଯେତେବେଳେ ଭାରତ ଉପରୁ ବିଶ୍ୱାସ ଉଠାଇ ଦେଇଥିଲା, ଆମେ ସେତେବେଳେ ପ୍ରଗତିର ରାସ୍ତାରେ ଆଗେଇ ଚାଲିଲୁ ବୋଲି ମୋଦି କହିଛନ୍ତି।

ଚୁରୁ ଲୋକଙ୍କ ମଧ୍ୟରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମର ସାମାଜିକ ଗଠନ ଏପରି ହୋଇଛି ଯେ ଘର, କାର, ଚାଷ ସମେତ ସବୁକିଛି ଜଣେ ବ୍ୟକ୍ତିଙ୍କ ନାମରେ ଅଛି। କିନ୍ତୁ ସରକାର ଦେଇଥିବା ଘର ମହିଳାଙ୍କ ନାମରେ ହେବ ବୋଲି ମୋଦି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ରାଜସ୍ଥାନର ବିକାଶ ହେଲେ ଭାରତ ମଧ୍ୟ ବିକାଶ ହେବ। ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଦ୍ୱାରା ଏକ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇଛି।

ସେହିପରି କଂଗ୍ରେସକୁ ଟାର୍ଗଟେ କରି ମୋଦି କହିଛନ୍ତି, ୧୦ ବର୍ଷ ପୂର୍ବେ ଦେଶର ଅବସ୍ଥା ଖରାପ ଥିଲା। କଂଗ୍ରେସର ବଡ଼ ବଡ଼ ଦୁର୍ନୀତି ଏବଂ ଲୁଟ୍ ଯୋଗୁଁ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ​​ କୋଟି କୋଟି ଗରିବ ଲୋକଙ୍କର ମୁଣ୍ଡ ଉପରେ ଛାତ ମଧ୍ୟ ନଥିଲା। ଏବେ କିନ୍ତୁ ଏଥିରେ ସୁଧାର ଆସିଛି। ଏହି ସମୟରେ ମୋଦି ବିଜେପିର ବିକାଶ ମୂଳକ ପଦକ୍ଷେପ ବିଷୟରେ ମଧ୍ୟ ଲୋକଙ୍କୁ କହିଛନ୍ତି।

ଚୁରୁ ଆସନରୁ ବର୍ତ୍ତମାନର ସାଂସଦ ରାହୁଲ କସଂୱାଙ୍କ ଟିକେଟ କାଟି ପାରାଅଲମ୍ପିଆନ ଦେବେନ୍ଦ୍ର ଝାଜାଡିଆଙ୍କୁ ଟିକେଟ ଦେଇଛି ବିଜେପି। ଏଥିରେ ଅସନ୍ତୋଷ ହୋଇ ରାହୁଲ କସଂୱା କଂଗ୍ରେସରେ ସାମିଲ ହୋଇଥିବା ବେଳେ ଚୁରୁ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଜାତିଗତ ସମିକରଣ ଓ ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଦେବେନ୍ଦ୍ର ଝାଜାଡିଆଙ୍କୁ ବିଜେପି ଟିକେଟ ଦେଇଛି ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.