ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୩. ୫ ଡି‌ଗ୍ରି ରେକର୍ଡ

add-all

ଭୁ‌ବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ଶୁକ୍ରବାର ରେକର୍ଡ ହୋଇଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୪୩.୫ ଡିଗ୍ରି ଛୁଇଁଛି। ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୫ଟି ସହରରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପର ରହିଥିଲା। ପାରଳାଖେମୁଣ୍ଡିରେ ୪୨.୬, ତାଳଚେରରେ ୪୨.୧, ମାଲକାନଗିରି, ବୌଦ୍ଧରେ ୪୨.୨, ଅନୁଗୁଳରେ ୪୨.୧, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼ରେ ୪୨ ଓ କଟକରେ ୪୦.୬ ଡିଗ୍ରି ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.