ବ୍ରହ୍ମପୁରରେ “ଆପ୍”ର ସାମୁହିକ ଉପବାସ…

add-all

ବ୍ରହ୍ମପୁର : ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ନିର୍ବାଚନୀ ଚାନ୍ଦା ଆଦାୟ କରି ED, CBI ଦ୍ୱାରା ଅରବିନ୍ଦ କେଜ୍ରିୱାଲ ତଥା ଅନ୍ୟ ବିରୋଧୀଦଳ ନେତାଙ୍କୁ ଗିରଫ କରି INDIA ମେଣ୍ଟର ଏକତାକୁ ଭାଙ୍ଗିବାକୁ ଅପଚେଷ୍ଟା କରୁଥିବା ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଚାଲିଛି l କେଜ୍ରିୱାଲ ଏବଂ ଅନ୍ୟ ସମସ୍ତ ନେତାଙ୍କୁ ତୁରନ୍ତ ଖଲାସ କରିବା ପାଇଁ ସାର ଦେଶରେ ଦେଶପ୍ରେମୀମନେ ସ୍ୱର ଉତ୍ତୋଳନ କରୁଛନ୍ତି l ଏହି ପରିପ୍ରକ୍ଷୀରେ ବ୍ରହ୍ମପୁର ସ୍ଥାନୀୟ ଗେଟ ବଜାର ଛକରେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ କେଜ୍ରିୱାଲଙ୍କ ଗିରଫଦାରୀକୁ ପ୍ରତିବାଦ କରି ଏକ ଦିବସୀୟ ସାମୁହିକ ଉପବାସ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଆବାହକ ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ, ଯୁବ ନେତା ଦିନେଶ ରାଜ, ସୁଦର୍ଶନ ମଲିକ, ସୁରେଶ ସାହୁ, ପିଣ୍ଟୁ ପ୍ରଧାନ, କୈଳାଶ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.