ଆମ୍ବ ଗୋଟାଇବା ମହଙ୍ଗା ପଡ଼ିଲା ନାବାଳକ କୁ ମାଡ଼ ମାରି ଲହୁ ଲୁହାଣ..!

add-all


ଆସିକା : ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁ ରେ ଜଣେ ନାବାଳକ କୁ ଆମ୍ବ ନେବା ଅଭିଯୋଗ ରେ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ବରଗାଁ ଜଣେ ନାବାଳକ ଗ୍ରାମ ନିକଟରେ ଥିବା ଏକ ଆମ୍ବ ଗଛ ନିକଟରୁ ଆମ୍ବ ଗୋଟାଉ ଥିବା ବେଳେ ସେ ଗାଁ ର ଗୁଡ଼ିଆ ବେହେରା ନାମକ ବ୍ୟକ୍ତି ଉକ୍ତ ନାବାଳକ କୁ ଏକ ବାଡ଼ି ରେ ମାଡ଼ ମାରି ଲହୁ ଲୁହାଣ କରିବା ସହ ନଦୀରେ ମାରି ଫିଙ୍ଗିଦେବ ବୋଲି ଧମକ ଦେଇଥିବା ନାବାଳକ ଅଭିଯୋଗ କରିଛି। ଆହତ ନାବାଳକ କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା କରି ଥାନାରେ ଅଭିଯୋଗ କରାଯିବ ବୋଲି ନାବାଳକ ର ପିତା ଦାଶରଥି ଦାସ କହିଛନ୍ତି। ସାମାନ୍ୟ କିଛି ଆମ୍ବ ପାଇଁ ନାବାଳକୁ ମାଡ଼ ମାରି ଲହୁ ଲୁହାଣ କରିବା ଘଟଣା କୁ ଅଞ୍ଚଳ ବାସୀ ନିନ୍ଦା କରିଛନ୍ତି। ନାବାଳକ ର ପିଠି ବାହୁ ଓ ହାତରେ ଗଭୀର ଆଘାତ ଲାଗିଛି।

ad-week
Leave A Reply

Your email address will not be published.