ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ…

add-all


ଆସିକା : ଆସିକାର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ମାହେନ୍ଦ୍ର ବେଳାରେ ନୀତି ଅନୁଯାୟୀ ପୂଜାବିଧି ଆରମ୍ଭ କରାଯାଇଥିଲା।ଧ୍ବଜା ପୂଜା ପରେ ମନ୍ଦିର ପରିକ୍ରମା କରାଯାଇ ମନ୍ଦିର ବେଢାରେ ଥିବା ବୃକ୍ଷପୂଜା ସରିବା ପରେ ଧ୍ବଜା ବନ୍ଧା କାର୍ଯ୍ୟ ସରିବା ପରେ ଶୁଭଖୁଣ୍ଟି (ଧର୍ମଝାଣ୍ଡା)କୁ କୟାଁ ଗଛରେ ସ୍ଥାପନ କରାଯାଇଥିଲା।ଶୁଭ ଖୁଣ୍ଟି ସ୍ଥାପନ ବେଳେ ଘଣ୍ଟ ଘଣ୍ଟା,କୀର୍ତନ, ଢୋଲ,ମହୁରୀ ଓ ବାଦ୍ୟ ସାଙ୍ଗକୁ ଶଙ୍ଖ ଏବଂ କାହାଳୀ ଧ୍ୱନୀରେ ମନ୍ଦିର ପ୍ରକମ୍ପିତ ହୋଇଥିଲା।ପ୍ରଥା ଅନୁଯାୟୀ ଯାତ୍ରା ଅନୁକୂଳ କାର୍ଯ୍ୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସ୍ୱାଇଁ,ଯାତ୍ରା କମଟି ସଭାପତି ନିମେଇ ପାଣିଗ୍ରାହୀ,ପରିଚାଳନା କମିଟି ସଭ୍ୟ ସଚ୍ଚିଦାନନ୍ଦ ଖଟେଇ, ମୁଖ୍ୟ ପୂଜକ ମନୋଜ ମୁନୀ,ନରସିଂହ ମୁନୀ,ମୁନା ମୁନୀ,ଟୁଲୁ ମୁନୀ,ବାବୁଲା ମୁନୀ,ପ୍ରଶ୍ନ ମୁନୀ,ଗ୍ରାମବାସୀ ଓ ବାରିକ ମାନେ ଶୁଭଖୁଣ୍ଟି ସ୍ଥାପନରେ ସାମିଲ ଥିଲେ।

ad-week
Leave A Reply

Your email address will not be published.