ଗାଁ ଗାଁ ବୁଲି ମନ୍ଦିରରୁ ଚୋରି କରୁଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

add-all

ବାଲେଶ୍ୱର: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ମନ୍ଦିର ଲୁଟ୍ ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହେଲା ପୋଲିସ। ସେମାନଙ୍କଠାରୁ ଠାକୁରଙ୍କ ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରର ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଘଟଣା ସମ୍ପର୍କରେ ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି ଯେ ମନ୍ଦିରରୁ ଚୋରି ହେବା ପରେ ସଦର ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ଦୁଇଟି ମନ୍ଦିରରୁ ବହୁମୂଲ୍ୟ ଅଳଙ୍କାର ଚୋରି ସମ୍ପର୍କରେ ଚଣ୍ଡିପୁର ଏବଂ ସଦର ଥାନାରେ ଦାଖଲ ହୋଇଥିବା ଅଭିଯୋଗର ତଦନ୍ତ ପରେ ପୋଲିସ ଟିମ୍ ୪ ଜଣଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ଗିରଫ ବ୍ୟକ୍ତିମାନେ ଚୋରି ହୋଇଥିବା ଅଳଙ୍କାରକୁ ୩ ଟି ଅଳଙ୍କାର ଦୋକାନ ମାଲିକଙ୍କୁ ବିକ୍ରି କରୁଥିବା ପ୍ରକାଶ କରିଛନ୍ତି।

ତେବେ ଗିରଫ ଗ୍ୟାଙ୍ଗର ୫ ଜଣ ଲୋକ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ ଆଉ ଦୁଇ ଜଣ ବାଲେଶ୍ୱରର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଥିବା ବହୁ ମନ୍ଦିରରୁ ପିତଳ ମୂର୍ତ୍ତି ସମେତ ରୂପାର ଅଳଙ୍କାର ଚୋରି କରି ଉଭାନ ହୋଇଯାଉଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ବ୍ୟକ୍ତି ମନ୍ଦିର ଅସବା ପତ୍ର ସହ ଅଳଙ୍କାର ଚୋରି କରୁଥିବା ବେଳେ ଆଉ ଦୁଇ ଜଣ ଏହିସବୁ ସାମଗ୍ରୀ କିଣୁଥିଲେ।

ଏହି ଗ୍ୟାଙ୍ଗଠାରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିଛି ପୋଲିସ। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବାଲେଶ୍ୱରର ୧୯ଟି ମନ୍ଦିରରୁ ପ୍ରାୟ ୮୦ ପ୍ରତିଶତ ଚୋରି ସାମଗ୍ରୀ ଗ୍ୟାଙ୍ଗଠାରୁ ଉଦ୍ଧାର ହୋଇଥିବା ବେଳେ ବାକି ୬ଟି ମନ୍ଦିର ଚୋରି କେସ ର ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି।

ad-week
Leave A Reply

Your email address will not be published.